ଭୟାଭୟ ଅଗ୍ନିକାଣ୍ଡରେ ଜଳିଗଲା ୩୦ରୁ ଉର୍ଦ୍ଧ୍ବ ବଖରା ଘର

କାମାକ୍ଷାନଗର: କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରାରୁ ଅଧିକ ଘର। ଅଗ୍ନିକାଣ୍ଡର କାରଣ ଅଷ୍ପଟ। ପ୍ରାୟ ୨୨ଟି ପରିବାରର ୩୦ରୁ ଉର୍ଧ ବଖରା ଘରପୋଡି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ କରିବା ପାଇିଁ କାମାକ୍ଷାନଗର ଓ ପର୍ଜଙ୍ଗର ୨ଟି ଅଗ୍ନିଶମ ବାହିନି ଟିମ ନିୟୋଜିତ ହୋଇଥିଲେ। ପ୍ରାଥମିକ ଆକଳନ ଅନୁସାରେ ଲକ୍ଷାଧିକ ଟଙ୍କାର ସମ୍ଫତି ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ଗ୍ରାମର ଶରତ ନାଏକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଲାଗି ଏକ ଗ୍ୟାସ ଟାଙ୍କି ଫାଟି ଯିବାରୁ ନିଆଁ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ସାହିରେ ଥିବା ସମସ୍ତ ଘର ନିଆଁ ଲାଗି ଜଳି ଯାଇଥିଲା। ନିଆଁର ପ୍ରକୋପ ଏତେ ଜୋରରେ ଥିଲା ଯେ ପିନ୍ଧା ବସ୍ତ୍ର ଛଡା ଆଉ କିଛି ଉଦ୍ଧାର କରାଯାଇ ପାରି ନାହିଁ।
ନିଆଁ ଦାଉରୁ ନିଜ ଜିବନ ବଞ୍ଚାଇବା ପାଇିଁ ଲୋକମାନେ ଏଣେତେଣେ ଦୈାଡିବାକୁ ଲାଗିଥିଲେ। ନିଜ ଉଦ୍ୟମରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ ପ୍ରକୋପ ଏତେ ମାତ୍ରାରେ ଅଧିକା ଥିଲା ଯେ ସମ୍ଭବ ହୋଇପାରିଲା ନାହିଁ। ଘର ଭିତରେ ସମସ୍ତ ଆସବାହପତ୍ର ପୋଡି ଯାଈଛି। ନିଆଁରେ ଏକ ବାଇକ ମଧ୍ୟ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଧାନ,ଚାଉଳ,ଟଙ୍କା,ସୁନା,ବାସନ କୁସନ ସବୁ ପୋଡି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ସ୍ଥାନିୟ ମୁକ୍ତାପଶିର ଆରଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ପ୍ରାଥମିକ ଭାବେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବା ପାଇିଁ କହିଥିବା ବେଳେ ରହିବା ପାଇିଁ ଜରପାଲର ବ୍ୟବସ୍ଥା କରାଯିବା ପାଇିଁ କହିଛନ୍ତି।