ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରହ୍ମପୁର ଏମକେସିଜିରେ ଡାକ୍ତର ଓ ନର୍ସ ହାତାହାତି

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଉଭୟ ନର୍ସ ସଙ୍ଘ ଓ ହାଉସ ସର୍ଜନ ସଙ୍ଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ । ହେଲେ ସେଠାରେ କାର୍ଯ୍ଯରତ ନର୍ସ ମାନେ ଶର୍କରା ପରୀକ୍ଷା କରିନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଜି ସକାଳୁ ଉଭୟ ପକ୍ଷର ଶତାଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ନିକଟରେ ଜମା ହୋଇଥିଲେ। ସେଠାରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା । ଉଭୟ ହାତାହାତି ହୋଇଥିଲେ । ନର୍ସଙ୍କ ଧାରଣା ଜାରି ରହିଛି । ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.