ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଡ଼ମପେଟାରେ ସମୁଦ୍ର ଲହଡ଼ି ଭାଙ୍ଗୁଛି ଘର: ଆତଙ୍କିତ ତିନି ପରିବାର, ଭୟରେ ଗ୍ରାମବାସୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମ୍‌ପେଟା ଗ୍ରାମରେ ସମୁଦ୍ର ଲହଡ଼ି ଘର ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ମଧ୍ୟରେ ୬ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଛି । ଏନେଇ ଲୋକେ ଭୟବୀତ ହୋଇଛନ୍ତି । ଗ୍ରାମ ଯେପରି ସମୁଦ୍ରରେ ଲୀନ ନ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ଉଚ୍ଚ ଲହଡି ମାଡ଼ରେ ୬ ଟି ଘର ଅଶାନ୍ତ ସମୁଦ୍ରରେ ଲୀନ ହେବାପରେ ପୁରୁଣା ପୋଡମପେଟାରେ ରହୁଥିବା ତିନି ପରିବାର ଜେ.ସୁକାନ୍ତି, ଏଲ.ଶ୍ରୀରାମ, ସିଏଚ.ଆଉଟି ଉକ୍ତ ତିନି ପରିବାର ଆତଙ୍କିତ ହୋଇଛନ୍ତି । ପ୍ରକୃତର ତାଣ୍ଡବ ଯୋଗୁଁ ଗଞ୍ଜାମ ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଇଲାକା ଦିନକୁ ଦିନ ସମୁଦ୍ରର ଉଚ୍ଚ ଲହଡି ମାଡ଼ ଯୋଗୁଁ କୁଳ ଖାଇ ଯାଉଥିବା ଦେଖିବାକୁ ମିଳିଛି । ଅଶାନ୍ତ ସମୁଦ୍ରର ଉଚ୍ଚ ଲହରୀ ମାଡ଼ ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ଇଲାକା ଅବକ୍ଷୟ ହେବାରେ ଲାଗିଛି । ପାଳିବନ୍ଧ ପଞ୍ଚାୟତ ସାମୁଦ୍ରିକ ମାସ୍ୟଜୀବି ସମ୍ପ୍ରଦାୟ ପୁରୁଣା ପୋଡ଼ମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭରେ ତାସ ଘର ପରି ସମୁଦ୍ରର ଆଁ ମଧ୍ୟରେ ଲୀନ ହୋଇଥିବା ବେଳେ ଶୁକ୍ରବାର ୬ ଟି ଘର ସମୁଦ୍ର ଗର୍ଭରେ ଲୀନ ହୋଇଥିଲା । ଅବଶ୍ୟ ଉକ୍ତ ଘର ଗୁଡିକରେ କେହି ରହୁ ନ ଥିଲେ ।

ସେହିପରି ଆହୁରି କିଛି ଘର ଭୁଶୁଡି ପଡିବାର ସମ୍ଭାବନା ରହିଛି । ଆଉ କିଛିଟା ଦିନ ମଧ୍ୟରେ ସେହି ଘର ଗୁଡିକ ମଧ୍ୟ ସମୁଦ୍ରରେ ଲୀନ ହୋଇଯିବ । ବର୍ତ୍ତମାନ ମଧ୍ୟ ଉକ୍ତ ଗ୍ରାମରେ ଅନେକ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପୂର୍ବରୁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିଛି ।

ସୂଚନା ଯୋଗ୍ୟ ପୋଡ଼ମପେଟା ଗ୍ରାମ ପ୍ରତି ବିପଦ ଯୋଗୁଁ ପର୍ଯ୍ୟକ୍ରମେ ଗ୍ରାମବାସୀଙ୍କୁ ବିଭିନ୍ନ ସ୍ଥାନରେ ଥଇଥାନ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ରାମଗଡ଼ ପଞ୍ଚାୟତର ଦୁମୁନାଗିରି ପାହାଡ଼ ପାଦ ଦେଶ ପାଲୁରୁ ସାହେବ କେନାଲ ପାଶ୍ୱର୍ରେ ୨୦୧୩ ରେ ସିଦ୍ଧାର୍ଥ ନଗର ପୂର୍ବରୁ ଉକ୍ତ ଗ୍ରାମର ପ୍ରାୟ ୯୯ ପ୍ରତିଶତ ଅର୍ଥାତ ୧୦୨ ପରିବାର ପରବର୍ତ୍ତୀ ସମୟରେ ମୟୁରପଦା ଗ୍ରାମ ନିକଟସ୍ଥ ସାବେବ କେନାଲ ପାଶ୍ୱର୍ରେ ଓଡ଼ିଆରପି ଦୁଇଟି କଲୋନୀରେ ଥଇଥାନ କରିସାରିଛି । ଆଉ କିଛି ପରିବାରଙ୍କ ସଦସ୍ୟ ଅଧିକ ଯୋଗୁଁ ଆବଶ୍ୟକ ଗୃହ ନ ଥିବାରୁ ବାଧ୍ୟ ହୋଇ ସମୁଦ୍ର କୁଳରେ ଥିବା ଘର ପାଖରେ ନିଜ ଜାଲ ଡ଼ଙ୍ଗା ରଖିବାକୁ ବାଧ୍ୟ ହେଉଥିବା ବେଳେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.