ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୃଦ୍ଧି ପାଉଛି ସଂକ୍ରମଣ : ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ ସପୋର୍ଟ ବେଡ ସଂଖ୍ୟା ବଢାଇବାକୁ ଜନସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟରେ କୋରୋନାର ପ୍ରକୋପ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା 4 ହଜାର ମୁହାଁ ହୋଇଛି । କରୋନା ମହାମାରୀରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ମେଡିକାଲରେ ବେଡ ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସୂଚାନ ମୁତାବକ ଗତବର୍ଷ ଠାରୁ ଏ ବର୍ଷ ମେଡିକାଲରେ ୪ ରୁ ୫ ଗୁଣା ବେଡ ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଥା କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ  । ତାଙ୍କ ସୂଚନା ମୁତାବକ ରୋଗୀଙ୍କ ପାଇଁ ୪ ଟି କାଟୋଗୋରୀର ବେଡ ଦରକାର ପଡୁଛି। ସାଧାରଣ ବେଡ, ଅକ୍ସିଜେନ ସପୋର୍ଟ ବେଡ, ଆଇସିୟୁ ବେଡ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ। ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ ଦରକାର । ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ । ଆଇସିୟୁ ଓ ଏଚଡିୟୁ ବେଡ ସଂଖ୍ୟା ଵୃଦ୍ଧି କରାଯିବ । କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ ।

ବର୍ତ୍ତମାନ ସାଧାରଣ ବେଡରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡରେ ରୋଗୀ ଅଛନ୍ତି । ୧୮ ପ୍ରତିଶତ ଭେଣ୍ଟିଲଟର  ବ୍ୟବହାର ହୋଇଛି । ୨୪୮ ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ ବେଡ  ୫୪୧ ଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାୟ ବେଡ ଆମ ପାଖରେ ଅଛି । ତେଣୁ କୌଣସି ଅସୁବିଧା ହେବ ନାହିଁ ।

ଭିନ୍ନ ସ୍ଥାନକୁ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁସାରେ ବେଡ଼, ଆଇସିୟୁ ଓ ଲଜିଷ୍ଟିକ ବୃଦ୍ଧି କରାଯାଉଛି । ଦ୍ବିତୀୟ ଲହରୀରେ ସଂକ୍ରମଣ ହାର ବଢ଼ିଛି କିନ୍ତୁ ମୃତ୍ୟୁହାର କମ ରହୁଛି । ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡିଶାରେ କୌଣସି ସ୍ଥାନରେ ରୋଗୀ ତଳେ ଶୋଇବାର ନଜରକୁ ଆସିନାହିଁ । ତେବେ ଏବେ ୩୦ ପ୍ରତିଶତ ବେଡ଼ରେ ରୋଗୀ ଅଛନ୍ତି, ଆହୁରି ୭୦ ପ୍ରତିଶତ ବେଡ଼ ଖାଲି ଅଛି । ଆଇସିୟୁ ବେଡ଼ ୬୦ ପ୍ରତିଶତ ବ୍ୟବହାର ହେଉଛି । ଆହୁରି ମଧ୍ୟ ଦୃତ ଗତିରେ ବେଡ଼ ସଂଖ୍ୟା ବଢାଇବା ପାଇଁ ପଦକ୍ଷେପ ନିଆଯାଉଛି । ତେଣୁ ଆଶା ଅଛି କୌଣସି ସ୍ଥିତିରେ ବେଡ଼ ଓ ଆଇସିୟୁର ଅଭାବ ରହିବ ନାହିଁ ।

ଓଡିଶାରେ ଡାକ୍ତରଙ୍କର ଅଭାବ ନାହିଁ । ପୂର୍ବରୁ ଗବେଷକ ମାନେ ଯାହା ଆକଳନ କରିଥିଲେ ଏପ୍ରିଲ ମାସରେ ସଂକ୍ରମଣ ପିକକୁ ଯିବ । କିନ୍ତୁ ଏବେ ଯାହା ଆକଳନ ହୋଇଛି, ମେ ମାସରେ ପିକକୁ ଯିବ, ସେଥିପାଇଁ ଆହୁରି ସମୟ ବି ଲାଗିପାରେ । କାରଣ ଅନେକ ସମୟରେ ଦେଖାଯାଇଛି, ଯେ ଯେଉଁ ଗତିରେ ସଂକ୍ରମଣ ହାର ବଢେ, ସେହୁ ଅନୁସାରେ ହ୍ରାସ ପାଏ । ଏବେ ବି ଅନୁଧ୍ୟାନ ଚାଲିଛି, ଯେ କେଉଁ ସ୍ଥାନରେ ବେଡ଼ ଵୃଦ୍ଧି କରାଯିବ । ଆଜି ନିଷ୍ପତି ଅନୁସାରେ, ଆହୁରି ଆଇସିୟୁ ବେଡ଼ କିଣାଯିବ । ଭେଣ୍ଟିଲେଟର ଆବଶ୍ୟକ ହେଉଥିବା ରୋଗୀ ମାତ୍ର ୧୬ ପ୍ରତିଶତ ଅଛନ୍ତି । ବୁର୍ଲାରେ ଏଚଡିୟୁ ଓ ଆଇସିୟୁକୁ ମିଶାଇ ୧୨୫ ଟି ବଢ଼ାଇବାକୁ ଯୋଜନା ହୋଇଛି, ଏସସିଵିରେ ୫୦ ଟି ଆଇସିୟୁ ବେଡ଼ ବଢ଼ାଯିବ, ବଲାଙ୍ଗୀରରେ ୪୦ଟି ବଢ଼ାଯିବ ।

ରାଜ୍ୟରେ ୨୯ଟି ସଂସ୍ଥା ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଣ କରୁଛନ୍ତି । ଓଡିଶାରେ ଆବଶ୍ୟକତା ଅନୁସାରେ ସେମାନେ ପୂରଣ କରୁଛନ୍ତି । ଷ୍ଟିଲ ପ୍ଲାଣ୍ଟ, ପେଟ୍ରୋକେମିକାଲ ଶିଳ୍ପ ଭଳି ଶିଳ୍ପାନୁଷ୍ଠାନ ଗୁଡ଼ିକ ମଧ୍ୟ ଅକ୍ସିଜେନ ଯୋଗାଇ ପାରିବେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏକାକୀ ୧୭୦୦ ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ କରିବାକୁ ସକ୍ଷମ । ଏମିତି ଆହୁରି ଅନେକ ଷ୍ଟିଲ ପ୍ଲାଣ୍ଟ ଓ ପେଟ୍ରୋକେମିକାଲ ଶିଳ୍ପ ଅଛନ୍ତି । ତେଣୁ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ଅକ୍ସିଜେନ ଆବଶ୍ୟକତାକୁ ପୂରଣ କରିପାରିବୁ । ସେଥିପାଇଁ କୌଣସି ପରିସ୍ଥିତିରେ ରାଜ୍ୟରେ ଅକ୍ସିଜେନ ସର୍ଟେଜ ହେବ ନାହିଁ ବୋଲି ଆଶା କରାଯାଉଛି  ବୋଲି  ଡିଏମଇଟି ସି.ବି.କେ. ମହାନ୍ତି କହିଛନ୍ତି।

Leave A Reply

Your email address will not be published.