ଝାଡ଼ଖଣ୍ଡର ଧାନବାଡା ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଡାକ୍ତର ଦମ୍ପତି ସମେତ ୬ ମୃତ

ରାଞ୍ଚି : ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଡାକ୍ତର ଦମ୍ପତିଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି। ଝାଡଖଣ୍ଡର ଧାନବାଡା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ଅଗ୍ନିକାଣ୍ଡ ଏତେ ଭୟାଭୟ ଥିଲା ଯେ ଅଗ୍ନିଶମ ଯିବା ପୂର୍ବରୁ ନିଆଁ ସବୁଆଡେ ବ୍ୟାପିଯାଇଥିଲା। ପରେ ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ। ଅନ୍ୟପଟେ, ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।