ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପର୍ଯ୍ଯଟନର ବିକାଶ ପାଇଁ ହଂକଂ ଦେଉଛି ୫ ଲକ୍ଷ ମାଗଣା ଫ୍ଲାଇଟ ଟିକେଟ୍

ନୂଆଦିଲ୍ଲୀ: ହଂକଂ ସରକାର ଏକ ବଡ଼ ଅଫର ବିଷୟରେ ଘୋଷଣା କରିଛନ୍ତି । ସରକାର ପ୍ରାୟ ୬ ଲକ୍ଷ ଫ୍ଲାଇଟ ଟିକେଟ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ଦେଶରେ ପର୍ଯ୍ଯଟନର ବିକାଶ ପାଇଁ ସାରା ବିଶ୍ୱରେ ହଂକଂ ସରକାର ପ୍ରାୟ ୫,୦୦୦୦୦୦ ଫ୍ଲାଇଟ ଟିକେଟ ବାଣ୍ଟିବ ।

ହକଂଙ୍ଗ ନେତା ଜନ ଲି ଏହି ଅବସରରେ ‘ହେଲୋ ହଂକଂ’ ପ୍ରଚାର ଲଞ୍ଚ କରିବେ । ଯାତ୍ରୀମାନଙ୍କୁ ନିଜ ଦେଶର ପର୍ୟ୍ୟଟନ ସ୍ଥଳୀକୁ ଆକୃଷ୍ଟ କରିବା ସହ ଅର୍ଥନୈତିକ ହବ୍‌ ବୃଦ୍ଧି କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ସାରା ବିଶ୍ୱରେ କୋଭିଡ ସଂକ୍ରମଣ ଯୋଗୁ ମାନ୍ଦା ଅବସ୍ଥା ଜାରି ରହିଥିବା ବେଳେ ହଂକଙ୍ଗ ମଧ୍ୟ ଏଥିରୁ ବାଦ ପଡିନାହିଁ । ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିପାରିଲେ ଦେଶର ପର୍ଯ୍ଯଟନ କ୍ଷେତ୍ରରେ ବିକାଶ ଘଟିବା ସହ ଦେଶର ଅର୍ଥନୈତିକ ବୃଦ୍ଧି ଘଟିବ ବୋଲି ଲି ପ୍ରକାଶ କରିଛନ୍ତି ।

ହଂକଂ ମାଗଣା ଟିକେଟ୍ ଯୋଜନା କିପରି କାର୍ଯ୍ୟ କରିବ?
ଏହି ଅଭିଯାନ ଅଧୀନରେ ଅଧିକାଂଶ ବିମାନ ଟିକେଟ୍ – ମୂଲ୍ୟ ୨ ବିଲିୟନ ହଂକଂ ଡଲାର ଖର୍ଚ୍ଚ କରାଯିବ ।  ହଂକଂ ଭିତ୍ତିକ ତିନିଟି ବିମାନ କମ୍ପାନୀକୁ ବିଭିନ୍ନ ପ୍ରମୋସନାଲ୍ କାର୍ଯ୍ୟକଳାପ ମାଧ୍ୟମରେ ଆସିବ । ଲକି ଡ୍ର, ବାଏ ୱାନ- ଗେଟ୍ – ୱାନ୍ ବିଭିନ୍ନ ଗେମ ମାଧ୍ଯମରେ ପ୍ରଦାନ କରାଯିବ। ଏହି ଯୋଜନା ମାର୍ଚ୍ଚରୁ ଆରମ୍ଭ ହୋଇ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ବିମାନବନ୍ଦର ପ୍ରାଧିକରଣର ସିଇଓ ଫ୍ରେଡ ଲାମ କହିଛନ୍ତି।

 

Leave A Reply

Your email address will not be published.