ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମ୍ନାକୁ ଆସିଲା ବ୍ଲାକମେଲିଂର ରାଣୀ ମାୟାବିନୀ ଅର୍ଚ୍ଚନାର ଡିଲ୍ ଭିଡିଓ ! ଧନୀ ଓ ପ୍ରତିପତିଶାଳୀଙ୍କୁ ଟ୍ରାପ ପରେ କରୁଥିଲା ମିଡିଏଟିଙ୍ଗ

ଭୁବନେଶ୍ବର: ସାମ୍ନାକୁ ଆସିଲା ବ୍ଲାକମେଲିଂର ରାଣୀ ମାୟାବିନୀ ଅର୍ଚ୍ଚନା ନାଗଙ୍କ ରେଷ୍ଟୁରାଣ୍ଟରେ ଡିଲ୍ ସମୟର ଭିଡିଓ ! ଅର୍ଚ୍ଚନା ନାଗଫାଶର ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ୨୭ ବର୍ଷୀୟ ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ଗିରଫ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏବେ ଏକ ରେଷ୍ଟୁରାଣ୍ଟରୁ ଅର୍ଚ୍ଚନାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହା ଅର୍ଚ୍ଚନାଙ୍କ ଡିଲ୍ ବେଳର ଭିଡ଼ିଓ ବୋଲି କୁହାଯାଉଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାମ୍ନାକୁ ଆସିଛି ଅର୍ଚ୍ଚନାର ଡିଲ୍ ବେଳର ଭିଡିଓ ।

ହାଇ ପ୍ରୋଫାଇଲ ହୋଟେଲରେ ଡିଲ ବେଳର ଭିଡିଓ ହୋଇଥିବା ଚର୍ଚ୍ଚା ହେଉଛି । ବଡ଼ ବଡ଼ିଆଙ୍କୁ ଟ୍ରାପ ପରେ କିଭଳି ମିଡିଏଟିଙ୍ଗ କରୁଥିଲା, ତା’ର ଭିଡିଓ ସାମ୍ନାକୁ ଆସିଛି । ଅର୍ଚ୍ଚନା ଫାଶରେ ପଡ଼ି କିପରି ଡିଲ୍ କରୁଥିଲେ ବଡବଡିଆ ତା’ର ଭିଡିଓ ସାମ୍ନାକୁ ଆସିଛି ।

ଅନ୍ୟପଟେ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ଘଟଣାର ଖୋଳତାଡ ଆରମ୍ଭ ହୋଇଛି । ଜବତ ମୋବାଇଲ, ପେନ୍ ଡ୍ରାଇଭ୍ ଓ ହାର୍ଡଡିସ୍କକୁ ନେଇ ପୋଲିସ କରୁଛି ଛାନବିନ୍ । ମୋବାଇଲରେ ରହିଛି ଅନେକ ବଡ଼ ବଡ଼ିଆଙ୍କ ନମ୍ବର । ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ହାଇ ପ୍ରୋଫାଇଲ ରାକେଟ ନେଇ ପୋଲିସ ଚଳାଇଛି ତଦନ୍ତ । ଟେଣ୍ଡର, ଟ୍ରାନସଫର ଓ ଚାକିରି ଦେବାକୁ କହି ଲୋକଙ୍କୁ ଲଗାଇଛି ଚୂନ । ଅର୍ଚ୍ଚନାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ । ଅଭିଯୋଗ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଅର୍ଚ୍ଚନା ବିରୋଧରେ ଆଇପିସି ଦଫା 420, 506, 120(ଖ) ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.