ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଥିଲେ। ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଥିଲା। ଯାହାକୁ ଅଟକାଇବା ପାଇଁ  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ଘଟଣାରେ ସ୍ଥାନୀୟ ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ। ତେବେ ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦେଇଛନ୍ତି ବିସ୍ଫୋରକ ବୟାନ ।

ଏହି ଘଟଣାରେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଆଜିର ଏପରି ଅଭାବନୀୟ କାଣ୍ଡ ପାଇଁ ଗୃହମନ୍ତ୍ରୀ ନିଜେ ସମ୍ପୂର୍ଣ୍ଣ ଭାବେ ଦାୟୀ ଓ ସେ ନିଜେ ଏହି କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ସୁରକ୍ଷାବଳ ରାଜ୍ୟରେ ହିଂସା ସୃଷ୍ଟି କରୁଛନ୍ତି  । ଯେଉଁ ଭୟ ଥିଲା ତାହା ଏବେ ସତ ହେଉଛି । ବିଜେପି ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି କରୁଛି। ଏଣୁ ଭୋଟ୍ ମାଧ୍ୟମରେ ବିଜେପିକୁ ହଟାଇବାକୁ ପଶ୍ଚିମବଙ୍ଗବାସୀଙ୍କୁ ଅପିଲ କରିଛନ୍ତି ମମତା ବାନାର୍ଜୀ । ଏଥିସହିତ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ଦିଦି।

Leave A Reply

Your email address will not be published.