ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧର୍ମ ମାସ କାର୍ତ୍ତିକ: ଜାଣନ୍ତୁ କ’ଣ ଖାଇବେ ଓ ଖାଇବେନି

ଧର୍ମ ତଥା ପୂଣ୍ୟର ମାସ କାର୍ତ୍ତିକ। ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟବତାରରେ ରହନ୍ତି। ଉକ୍ତ ମାସରେ ଖାଦ୍ୟପାନୀୟକୁ ନେଇ ଅନେକ ନିୟମ ରହିଛି। ସେହିସବୁ ନିୟମ ପାଳନ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ତା’ସହ ଲକ୍ଷ୍ମୀ-ନାରାୟଣଙ୍କ କୃପାରୁ ଲୌକିକ ଓ ଅଲୌକିକ ଜୀବନରେ ସୁଖ ଓ ଆନନ୍ଦ ପ୍ରାପ୍ତି ହୁଏ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମାସର ବିଶେଷ ମହତ୍ତ୍ବ ଥିବାରୁ କ’ଣ ଖାଇବା ଉଚିତ ଓ ଅନୁଚିତ ସେ ସମ୍ପର୍କରେ ଜାଣି ରଖନ୍ତୁ।

ଆମିଷ: ସାଧାରଣତଃ ଏହି ମାସରେ ଘରେ ଆମିଷ ପ୍ରେବଶ ମନା। ପୁଣି ମାଛ, ମାଂସ, ଅଣ୍ଡା, ଶୁଖୁଆ ଆଦି ହେଉଛି ତାମସିକ ଭୋଜନ। ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ମାଛ ମାଂସ ଖାଇବା ବର୍ଜନୀ । ବିଶେଷକରି କାର୍ତ୍ତିକ ମାସରେ ଏସବୁଠାରୁ ଦୂରେଇ ରହିବାକୁ କୁହାଯାଏ । ତେବେ ଭଗବାନ ବିଷ୍ଣୁ ଏହି ମାସରେ ଜଳରେ ମତ୍ସ୍ୟବତାରରେ ରହନ୍ତି। ସେଥିପାଇଁ ମାଛ ଖାଇବା ଉଚିତ୍ ନୁହେଁ । ସେହିପରି ବୈଜ୍ଞାନିକ ଦୃଷ୍ଟିରୁ ମଧ୍ଯର ଏହାର ଅନ୍ୟ କାରଣ ଅଛି। ଆଷାଢ଼ ମାସରେ ବର୍ଷା ତଥା ବନ୍ୟା ଯୋଗୁଁ ଜଳ ଦୂଷିତ ହୋଇଥାଏ। ତେଣୁ ମାଛ ଆଦି ଖାଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଅଛି।

ବାଇଗଣ: ପନିପରିବା ମଧ୍ୟରେ ବାଇଗଣ ଖିଆଯାଏ ନାହିଁ । କୁହାଯାଏ ବାଇଗଣ ପିତ୍ତଦୋଷ ବୃଦ୍ଧି କରେ। ଫଳରେ ଏହା ଦ୍ବାରା ଶରୀରରେ ପିତ୍ତଦୋଷ ଦେଖା ଦିଏ |

କଲରା: ସେହିପରି କାର୍ତ୍ତିକରେ କଲରା ଖାଇବା ମଧ୍ୟ ମନା । ଧାରଣା ଅଛି କଲରା ବାୟୁ ବା ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ । ସେଥିପାଇଁ ଏହି ମାସରେ କଲରା ଖାଇବା ହାନିକାରକ | ଅନ୍ୟପଟେ ଏହି ମାସରେ ତିକ୍ତ, ଚଟପଟା ଆଦି ଖାଦ୍ୟ ଧାର୍ମିକ ଦୃଷ୍ଟିରୁ ବର୍ଜନୀୟ। ଏଣୁ କଲରା ତିକ୍ତ ହୋଇଥିବାରୁ ଏହାକୁ ଖାଇବା ଉଚିତ୍ ନୁହେଁ ।

ଗୁଡ଼: ଏହି ମାସରେ ଉପବାସ କରୁଥିଲେ ଚିନି ପରିବର୍ତ୍ତେ ଗୁଡ଼ ଖାଆନ୍ତୁ । ଗୁଡ଼ ଶରୀରର ରୋଗପ୍ରତିରୋଧକ ଶକ୍ତି ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ତା’ ସହ ଥଣ୍ଡା ଓ କାଶ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଦହି: ଦୁଗ୍ଧ ଜନିତ ପଦାର୍ଥ ସ୍ବାସ୍ଥ୍ୟ ପାଇଁ ଉପକାରୀ । ମାତ୍ର କାର୍ତ୍ତିକରେ ଦହି ଖାଇବା ନିଷେଧ । ମୁଖ୍ୟତଃ ଶ୍ଵାସରୋଗୀଙ୍କୁ ଦହି ବାରଣ କରାଯାଏ । ଦହି ପରିବର୍ତ୍ତେ କ୍ଷୀର ଖାଇବାର ନିୟମ ଅଛି।

ଜିରା: ଜିରା ସ୍ବାସ୍ଥ୍ୟ ପାଇଁ ହିତକର । ଏହାକୁ ମଧ୍ୟ କାର୍ତ୍ତିକରେ ଖିଆଯାଏ ନାହିଁ । କୁହାଯାଏ ଏହା ଶରୀର ପାଇଁ ହିତକର ହୋଇ ନ ଥିବାରୁ ଅନେକ ଜିରା ମଧ୍ୟ ଖାଆନ୍ତି ନାହିଁ ।

କୋଳଥ ଡାଲି : ସେହିପରି ହରଡ଼, ଚଣା, କୋଳଥ, ମସୁର ଡାଲି ଆଦି ଖାଇବା ଉଚିତ୍ ନୁହେଁ । ଏସବୁ ଖାଇବା ଦ୍ବାରା ପେଟଜନିତ ସମସ୍ୟା ଦେଖାଦେବାର ଆଶଙ୍କ ଅଛି ।

ମୂଳା: ଏହି ମାସରେ ମୂଳା ଖାଇବା ଶରୀର ପାଇଁ ସବୁଠୁ ହିତକର । ଏହା ରକ୍ତକୁ ପରିଷ୍କାର କରିଥାଏ । ତା’ସହ ବିଭିନ୍ନ ମୌସୁମୀ ଜନିତ ରୋଗରୁ ରକ୍ଷା କରେ । କିନ୍ତୁ ଉପବାସ କରୁଥିଲେ ମୂଳା ଖାଇବା ଉଚିତ୍ ନୁହେଁ ।

ଥଣ୍ଡା ପାଣି: ଏହି ମାସରୁ ଶୀତ ଋତୁ ଆରମ୍ଭ ହୋଇଥାଏ। ତେଣୁ ଋତୁ ପରିବର୍ତ୍ତନ ହେଉଥିବାରୁ ଥଣ୍ଡା ଆଦି ସ୍ବାସ୍ଥ୍ୟ ସମସ୍ୟା ଉପୁଜେ। ଏ ଦୃଷ୍ଟିରୁ ଶରୀର ପାଇଁ ଥଣ୍ଡା ପାଣି ହିତକର ନୁହେଁ । ଏହା ସହ ଆଜ୍‌ମା ରୋଗୀଙ୍କୁ ଥଣ୍ଡା ପାଣିଠାରୁ ଦୂରେଇ ରହିବା ଉଚିତ।

Leave A Reply

Your email address will not be published.