ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ବାହୁଡା ଯାତ୍ରା, ଆଜି ରାତି ୮ ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାହୁଡ଼ା ଯାତ୍ରା ସହିତ ସୁନାବେଶ ଓ ନୀଳାଦ୍ରି ବିଜେ କିପରି ଶୃଙ୍ଖଳିତ ଭାବେ କରାଯାଇପାରିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ସମସ୍ତ ସମୀକ୍ଷା ହୋଇଛି କରାଯାଇଛି । ବାହୁଡା ଯାତ୍ରା ପାଇଁ ଆଜିଠାରୁ ପୁରୀ ସହରରେ ୧୪୪ ଧାରା ଜାରି କରାଯିବ । ଆଜି ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ।

ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟିଂ ସରିବ। ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି। ଡିଡି ତରଫରୁ ବାହୁଡା ଓ ସୂନାବେଶ ପାଇଁ ଲାଇଭ୍ ଟେଲିକାଷ୍ଟ କରାଯିବ। ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବ, ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ, ଏସପିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.