ହକି ବିଶ୍ବକପ୍ ୨୦୨୩ : ଅଷ୍ଟ୍ରେଲିଆକୁ ହରାଇ ବ୍ରୋଞ୍ଚ ପଦକ ଜିତିଲା ନେଦରଲାଣ୍ଡ୍ସ

ଭୁବନେଶ୍ବର: ହକି ବିଶ୍ବକପ୍-୨୦୨୩ର ତୃତୀୟ ସ୍ଥାନ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ନେଦରଲାଣ୍ଡ୍ସ ୩-୧ ଗୋଲ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆକୁ ହରାଇ ନେଦରଲାଣ୍ଡ୍ସ ପୁରୁଷ ହକି ବିଶ୍ବକପ୍-୨୦୨୩ରେ ବ୍ରୋଞ୍ଚ ପଦକ ଜିତିଛି।
କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍ ହୋଇପାରି ନଥିଲା। ତେବେ ୩ୟ କ୍ବାର୍ଟରେ ନେଦରଲାଣ୍ଡସ୍ ଲଗାତାର ୩ଟି ଗୋଲ୍ (୩୨, ୩୪ ଓ ୩୯ମିନିଟ୍) ଦେଇଥିଲା। ଥିରି ବ୍ରିଙ୍କମ୍ୟାନ୍ ଶେଷ ୨ଟି ଗୋଲ୍ ଦେଇଥିଲେ। ଶେଷ କ୍ବାର୍ଟରରେ ଜୋରଦାର ଲଢ଼େଇ ହୋଇଥିଲା। କୌଣସି ଦଳ ଗୋଲ୍ ଦେଇପାରି ନଥିଲେ।
ସେପଟେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ବକପ୍-୨୦୨୩ର ଫାଇନାଲ ମ୍ୟାଚ। ବେଲଜିୟମ୍ ଏବଂ ଜର୍ମାନି ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେଉଛି।