୨୦୨୩ ହକି ବିଶ୍ବକପ୍ ଫାଇନାଲରେ ୨୦୧୮ ଚାମ୍ପିଅନ ବେଲଜିୟମ, ସୁଟ୍ଆଉଟ୍ରେ ୩-୨ ଗୋଲ୍ରେ ହାରିଲା ନେଦରଲ୍ୟାଣ୍ଡସ୍

ଭୁବନେଶ୍ବର : ହକି ବିଶ୍ବକପ୍ ୨୦୨୩ ଫାଇନାଲରେ ପ୍ରବେଶ କରିଛି ୨୦୧୮ର ବିଶ୍ବ ଚାମ୍ପିଅନ ବେଲଜିୟମ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ସେମିଫାଇନାଲ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ଫୁଲ୍ ଟାଇମ ମଧ୍ୟରେ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହେବାରୁ ପେନାଲ୍ଟି ସୁଟ୍ଆଉଟ୍ରେ ଫଳାଫଳ ବାହାରିଛି। ଶେଷରେ ବେଲଜିୟମ୍ ୩-୨ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏଥି ସହିତ ବିଗତ ଚାମ୍ପିଅନ୍ ବେଲଜିୟମ୍ ଫାଇନାଲ ଟିକେଟ ହାତେଇଛି।
ବେଲଜିୟମ୍ ଓ ଜର୍ମାନି ଆସନ୍ତା ୨୯ ତାରିଖ ଦିନ ରାତି ୭ଟାରେ ଫାଇନାଲ ମ୍ୟାଚ୍ ଖେଳିବେ। ଫାଇନାଲ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନ ପାଇଁ ଖେଳିବେ ୨୯ ତାରିଖ ଅପରାହ୍ଣ ସାଢ଼େ ୪ଟାରେ ଲଢ଼ିବେ।
ଅନ୍ୟପଟେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ୪-୩ ଗୋଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପୁରୁଷ ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଜର୍ମାନୀ । ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ । ଶେଷ ୧୦ ସେକେଣ୍ଡରେ ବାଜି ପଲଟିଗଲା । ୩ୟ କ୍ବାର୍ଟରରେ ଜର୍ମାନି ଗୋଟିଏ ଗୋଲ୍ ଦେଇଥିବା ବେଳେ ଶେଷ କ୍ବାର୍ଟରରେ ୩ଟି ଗୋଲ୍ ମାରିଥିଲା। ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ ।