ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିଲା ହକି ବିଶ୍ବକପ୍‌ର ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ : ଜାଣନ୍ତୁ କ୍ରସ୍‌ ଓଭର ଓ କ୍ୱାର୍ଟର ଫାଇନାଲ ମ୍ୟାଚରେ କିଏ କାହାକୁ କେଉଁଠି ଭେଟିବ……

ଭୁବନେଶ୍ବର : ଚଳିତ ପୁରୁଷ ହକି ବିଶ୍ୱକପ୍‌‌ ୧୫ତମ ସଂସ୍କରଣର ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି। ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶେଷ ୪ଟି ପୁଲ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିଲା। ଆଜିର ୪ଟି ମ୍ୟାଚ ପରେ ୪ଟି ଦଳ ଚଳିତ ବିଶ୍ବକପ୍‌ରେ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲ୍ୟାଣ୍ଡ ଏବଂ ଇଂଲଣ୍ଡ ପୁଲ ବିଜେତା ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ୪ଟି ଦଳ ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ୪ଟି କ୍ରସ୍‌ ଓଭର ମ୍ୟାଚ ବିଜେତାଙ୍କୁ କ୍ୱାର୍ଟର ଫାଇନାଲରେ ଭେଟିବେ।

କ୍ରସ୍‌‌ ଓଭର ଖେଳିବ ଭାରତ

ଚଳିତ ହକି ବିଶ୍ୱକପ୍‌‌ରେ ଗତକାଲି ଭାରତ ୱେଲ୍ସ ବିପକ୍ଷରେ ବିଜୟୀ ହୋଇଥିଲେ ମଧ୍ୟ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଉଭୟ ଭାରତ ଓ ଇଂଲଣ୍ଡ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ଇଂଲଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏଠାରେ ସ୍ପେନ୍‌‌କୁ ୪-୦ ଗୋଲରେ ଇଂଲଣ୍ଡ ହରାଇବା ପରେ ପୁଲ୍‌‌ରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଭାରତକୁ ଅତିକମ୍‌‌ରେ ୮-୦ ଗୋଲରେ ୱେଲ୍ସକୁ ହରାଇବାର ଆବଶ୍ୟକତା ହେଉଥିଲା। କିନ୍ତୁ ଦଳ ୪-୨ ଗୋଲରେ ହରାଇବା ଫଳରେ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ସ୍ପେନ୍‌‌ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳଠାରୁ ଗୋଲ ବରଣ କରି ନଥିବା ଭାରତ ପ୍ରଥମଥର ଖେଳୁଥିବା ୱେଲ୍ସଠାରୁ ଦୁଇଟି ଗୋଲ ବରଣ କରିଥିଲା।

Leave A Reply

Your email address will not be published.