ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହକି ବିଶ୍ବକପ୍‌ ୨୦୨୩ : କଳିଙ୍ଗରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଫ୍ରାନ୍ସ ,ଆର୍ଜେଣ୍ଟିନା- ଅଷ୍ଟ୍ରେଲିଆ ମୁକାବିଲା ଡ୍ର

ଭୁବନେଶ୍ବର : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଚତୁର୍ଥ ଦିନରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇଟି ମ୍ୟାଚ୍‌ ଶେଷ ହୋଇଛି। ଚତୁର୍ଥ ଦିନରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ପରେ କଳିଙ୍ଗରେ ଖେଳାଯାଇଥିବା ଆଜିର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ ଫ୍ରାନ୍ସ ୨-୧ ଗୋଲ୍‌ରେ ହରାଇଛି। ସେହିପରି ଦ୍ବିତୀୟ ମ୍ୟାଚ ଆର୍ଜେଣ୍ଟିନା- ଅଷ୍ଟ୍ରେଲିଆ ମୁକାବିଲା ବେଶ ରୋମାଞ୍ଚକର ରହିବା ସହ ଡ୍ରରେ ଶେଷ ହୋଇଛି।

ହକି ବିଶ୍ୱକପର ଚତୁର୍ଥ ଦିନର ତୃତୀୟ ମ୍ୟାଚରେ ସାଉଥ ଆଫ୍ରିକାକୁ ହରାଇଛି ଫ୍ରାନ୍ସ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୨-୧ ଗୋଲରେ ବିଜୟ ଲାଭ କରିଛି ଫ୍ରାନ୍ସ। ପ୍ରଥମାର୍ଦ୍ଧର ଅଷ୍ଟମ ମିନିଟରେ ଫ୍ରାନ୍ସ ପକ୍ଷରୁ ଅଧିନାୟକ ଭିକ୍ଟର ସାର୍ଲଟ ପ୍ରଥମେ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ । କିନ୍ତୁ ପ୍ରଥମାର୍ଦ୍ଧର ୧୫ତମ ମିନିଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କନ୍ନର ବ୍ୟୁଚାମ୍ପ ଗୋଲଟି ପରିଶୋଧ କରିଦେଇଥିଲେ। ଦ୍ଵିତୀୟ ଓ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଚତୁର୍ଥ କ୍ୱାର୍ଟର ଶେଷ ଆଡକୁ ଫ୍ରାନ୍ସ ଅଧିନାୟକ ଆଉ ଗୋଟିଏ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।

ସେହିପରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଚତୁର୍ଥ ଦିନ ଦ୍ବିତୀୟ ମ୍ୟାଚ ଡ୍ରରେ ଶେଷ ହୋଇଛି। ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଚତୁର୍ଥ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ଉଭୟ ଦଳ ୩ ଟି ଲେଖାଏଁ ଗୋଲ୍‌ କରିଥିଲେ। ଉଭୟ ଦଳର ଦମ୍‌ଦାର ପଦର୍ଶନ ସହ ମ୍ୟାଚଟି ୩-୩ ଗୋଲରେ ଡ୍ର ରହିଛି।

ଅନ୍ୟପଟେ ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମାଲେସିଆ ଚିଲି ବିପକ୍ଷରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି । ପୁଲ ‘ସି’ ର ମ୍ୟାଚରେ ନିଜର ପ୍ରଥମ ବିଶ୍ୱକପ ଖେଳୁଥିବା ଚିଲି ପ୍ରଥମେ ଗୋଲ ସ୍କୋର କରିଥିଲା । ମ୍ୟାଚର ୧୯ତମ ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରରୁ ଗୋଲରେ ପରିଣତ କରି ଚିଲିକୁ ଆଗୁଆ କରିଥିଲେ ଆମୋରସ ଜୁଆନ । କିନ୍ତୁ ୨୫ ତମ ମିନିଟରେ ଏକ ପେନାଲଟି ଷ୍ଟ୍ରୋକରୁ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ ମାଲେସିଆର ରହିମ ରାଜି। ୨୮ ତମ ମିନିଟରେ ରୋଡ୍ରିଗଜ ମାର୍ଟିନ ଗୋଲ ଦେଇ ଚିଲିକୁ ଆଗୁଆ କରିଥିଲେ। କିନ୍ତୁ ମାଲେସିଆ ପକ୍ଷରୁ ଖେଳର ୪୦ ତମ ମିନିଟରେ ହମସାନି ଆସ୍ରନ ଓ ୪୧ ତମ ମିନିଟରେ ସୁମାନ୍ତ୍ରି ନୋରସିଆଫିକ ଗୋଲ ଦେଇଥିଲେ । ୩-୨ରେ ବିଜୟୀ ହୋଇଥିଲା ମାଲେସିଆ।

ସେହିପରି ଦ୍ବିତୀୟ ମ୍ୟାଚରେ  ନ୍ୟୁଜିଲାଣ୍ଡକୁ ୪-୦ ଗୋଲ୍‌ରେ ପରାସ୍ତ କରିଛି ନେଦରଲାଣ୍ଡ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଆରମ୍ଭରୁ ନେଦରଲାଣ୍ଡ ଖେଳାଳିମାନେ ଆଟାକ୍‌ ମୁଡ୍‌କୁ ଚାଲି ଆସିଥିଲେ। ମ୍ୟାଚ୍‌ର ୩ୟ ମିନିଟ୍‌ରେ ହିଁ ନେଦରଲାଣ୍ଡର ଅଧିନାୟକ ଥିରୀ ବ୍ରିଙ୍କମାନ ପ୍ରଥମ ଗୋଲ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ।ଏହାପରେ ସ୍ଥିତି ବରାବର କରିବାକୁ ନ୍ୟୁଜିଲ୍ୟାଣ୍ଡକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଦଳ ଏହାକୁ ହାତ ଛଡ଼ା କରିଥିଲା।ଏହାପରେ ଡଚ୍‌ ଟିମ କାଉଣ୍ଟର ଆଟାକ କରିଥିଲା ଓ ବ୍ରିଙ୍କମାନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ସୁଦ୍ଧା ସ୍ଥିତି ଡଚ୍‌ ଟିମ ପକ୍ଷରେ ୨-୦ରେ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ନେଦରଲାଣ୍ଡ ଦଳ ପକ୍ଷରୁ କୋଇନ ବିଜେନ ତୃତୀୟ ଗୋଲ ସ୍କୋର କରିଥିଲେ। ହାଫଟାଇମ ସୁଦ୍ଧା ସ୍ଥିତି ୩-୦ ରହିଥିଲା। ତୃତୀୟ କ୍ୱାର୍ଟର ସଂପୂର୍ଣ୍ଣ ଭାବେ ଗୋଲ ଶୂନ୍ୟ ରହିଥିଲା।୪ର୍ଥ କ୍ୱାର୍ଟରରେ ହୋଡମେକର୍ସ ସୁନ୍ଦର ଗୋଲ କରି ଦଳକୁ ୪-୦ରେ ଆଗୁଆ କରି ଦେଇଥିଲେ। ୪ର୍ଥ ଗୋଲ ସ୍କୋର କରିବା ପରେ ନେଦରଲାଣ୍ଡ କେବଳ ପାସ୍‌ ଦେଇ ସମୟ ନଷ୍ଟ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଆଟାକ କରିବାକୁ ଚେଷ୍ଟା କରଥିଲେ ମଧ୍ୟ କିଛି ବି ଲାଭ ପାଇ ନଥିଲା।

Leave A Reply

Your email address will not be published.