ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ‘୧୩’ ପରେ ବଢ଼ିବ ରାଜ୍ୟର ଦିନ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ୧୩ ପରେ ଓଡ଼ିଶାର ଦିନ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ଆରବ ସାଗର ଆଡୁ ପୂର୍ବ ଭାରତ ଆଡ଼କୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବ। ଏହାସହିତ ଏକ ଅପର ଏୟାର ଟ୍ରଫ୍‍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‍ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ ରୁ ୩୯ ଡିଗ୍ରୀ ସେଲ୍‌ଫସିୟସ୍‍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍‌ଫସିୟସ୍‍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍‌ଫସିୟସ୍‍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ବୋଲି ବୁଲେଟିନ୍‍ରେ କୁହାଯାଇଛି। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇ ନାହିଁ ବୋଲି କେନ୍ଦ୍ର କହିଛି।

ଶନିବାର ଟିଟଲାଗଡ଼଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.