ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତୁ ଜାଣିବା…. ଏପରି ଏକ ମନ୍ଦିର ବିଷୟରେ ଯେଉଁ ମନ୍ଦିରରୁ ଚୋରି କଲେ ପୂର୍ଣ୍ଣ ହୁଏ ମନସ୍କାମନା

ପିଲାଟିବେଳରୁ ଆମକୁ ଶିକ୍ଷା ଦିଆଯାଏ ଯେ, ଚୋରି କରିବା ଏକ ଅପରାଧ। କିନ୍ତୁ ଆମ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଚୋରି କଲେ ଦଣ୍ଡ ମିଳେ ନାହିଁ କି, ଏହାକୁ ଏକ ପାପ ବା ଅପରାଧଭାବେ ବିବେଚନା ମଧ୍ୟ କରାଯାଏ ନାହିଁ। ଏହି ମନ୍ଦିରରୁ ଚୋରି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଉତ୍ତରାଖଣ୍ଡର ଚୁଡିଆଲା ଗ୍ରାମରେ ଏହି ମନ୍ଦିର ଅଛି। ଏହି ପ୍ରାଚୀନ ମନ୍ଦିର ଚୂଡ଼ାମଣି ନାମରେ ପ୍ରସିଦ୍ଧ। ଏହି ମନ୍ଦିରରୁ ଚୋରି କଲେ ଜେଲ୍‌ ଦଣ୍ଡ ହୋଇନଥାଏ। ସାଧାରଣତଃ ଯେଉଁ ଦମ୍ପତିମାନେ ସନ୍ତାନ ପ୍ରାପ୍ତି କରିବାକୁ ଚାହାଁନ୍ତି, ସେମାନେ ଏହି ମନ୍ଦିରକୁ ଆସନ୍ତି। ମା’ଙ୍କ ମୂର୍ତ୍ତି ନିକଟରେ କାଠର କଣ୍ଢେଇ ରଖାଯାଇଥାଏ। ଏହାକୁ ଦମ୍ପତିମାନେ ଚୋରି କରିଥାନ୍ତି। ସନ୍ତାନ ପ୍ରାପ୍ତି ହୋଇସାରିବା ପରେ ଚୋରି କରିଥିବା ଦମ୍ପତି ନିଜ ସନ୍ତାନ ସହ ମନ୍ଦିରକୁ ଆସନ୍ତି ଏବଂ କାଠର କଣ୍ଢେଇ ମା’ଙ୍କ ନିକଟରେ ଚଢ଼ାନ୍ତି। ଏହା ଏକ ଶକ୍ତିପୀଠ।

Leave A Reply

Your email address will not be published.