ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦ ଗେଟ୍ ଦେଇ ହୀରାକୁଦ ଡ୍ୟାମ୍‍ରୁ ଜଳ ନିଷ୍କାସନ

ହୀରାକୁଦ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ବଢ଼ୁଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୬ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦରେ ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ୧୦ଟି ସ୍ଲୁଇସ ଗେଟ ଖୋଲାଯାଇଛି । ବାମପଟୁ ୬ ଓ ଡାହଣ ପଟୁ ୪ ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ୬୧୨ ଫୁଟରେ ଜଳସ୍ତର ଥିବା ବେଳେ, ୬୩୦ ଫୁଟ ରହିଛି ସର୍ବାଧିକ ଜଳଧାରଣ କ୍ଷମତା ରହିଛି ।

 

Leave A Reply

Your email address will not be published.