ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କିନୌରରରେ ପୁଣିଥରେ ବଡ ଧରଣର ଭୂସ୍ଖଳନ: ମାଟି ଅତଡା ତଳେ ଫସି ରହିଛନ୍ତି ଗାଡିମୋଟର ସହ ଅନେକ ଯାତ୍ରୀ

ହିମାଚଳପ୍ରଦେଶ କିନୌରରରେ ବୁଧବାର ପୁଣିଥରେ ବଡ ଧରଣର ଭୂସ୍ଖଳନ ଦେଖିବାକୁ ମିଲିଛି। ଏହି ମାଟି ଅତଡା ତଳେ ଏଚଆରଟିସି ବସ ସହ ଅନେକ ଗାଡି ଫସି ରହିଥିବା ବେଳେ ୩୦ ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ହିମାଚଳ ପ୍ରଦେଶର କିନୌର ଜିଲ୍ଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଥିବା ଜଙ୍ଗଲ ନିକଟରେ ଏହି ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ଏଚଆରଟିସି ବସଟି ମାଟି ଅତଡା ତଳେ ଫସି ରହିଥିବା ବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପାଖାପାଖି  ୩୦ଜଣ ଲୋକ ମାଟି ଅତଡା ତଳେ ଫସି ରହିଛନ୍ତି। ୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ଅନ୍ୟମାନଙ୍କ ସନ୍ଧାନ ଜାରି ରହିଛି। ସୂଚନା ପାଇବା ମାତ୍ରେ ପ୍ରଶାସନ ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆହତମାନଙ୍କୁ ଏନଡିଆରଏଫ, ସେନା, ପୁଲିସ ଏବଂ ସ୍ଥାନୀୟ ଲୋକେଙ୍କ ସାହାଯ୍ଯରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। କୁହାଯାଉଛି ଯେ ଏହି ବସଟି କିନୌର ଜିଲ୍ଲାର ମୁରଙ୍ଗ ହରିଦ୍ୱାର ମାର୍ଗରେ ଯାତାୟତ କରେ।  କିନୌରର ଡେପୁଟି କମିଶନର ଆବିଦ୍ ହୁସେନ୍ ସାଦିକ୍ କହିଛନ୍ତି ଯେ ପାହାଡରୁ ଲଗାତାର ପଥର ଖସି ପଡୁଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ଏକ ସମସ୍ୟା ରହିଛି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସିଏମ୍ ଜୟ ରାମ ଠାକୁର ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ,  ଜୁଲାଇ ୨୫ ତାରିଖରେ ହିମାଚଳପ୍ରଦେଶ କିନୌରରେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା । ସାଗଲା –ଚିତ୍ରକୁଲ ଭୂସ୍ଖଳନ ଘଟିବା ଫଳରେ ପଥରଗୁଡିକ ଏକ ପୋଲ ଉପରେ ପଡିଥିଲା । ଏହି ସମୟରେ ପୋଲ ଉପରେ ଯାଉଥିବା ଏକ ଟେମ୍ପୋ ପୋଲ ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ୩ ଜଣ ଲୋକ ଗୁରୁତର ମଧ୍ଯ ହୋଇଥିଲେ ।

Leave A Reply

Your email address will not be published.