ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଗିଂ ରୋକିବାକୁ ସମସ୍ତ ବିଶ୍ବ ବିଦ୍ଯାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କ ଚିଠି

ଭୁବନେଶ୍ବର: ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି। ସବୁ ବିଶ୍ବ ବିଦ୍ଯାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ଚିଠି ଲିଖିଛନ୍ତି। ଆଡମିଶନ୍ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନ/ଅଫଲାଇନାଆ ଛାତ୍ର ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ କରାଯାଇଛି। ରାଗିଂ ପ୍ରମାଣିତ ହେଲେ କିମ୍ବା ଉସକାଇଥିଲେ FIR ପାଇଁ ପରାମର୍ଶ ଦିଆଯାଇଛି। ଏପରିକି FIR ପଦକ୍ଷେପକୁ ଅପେକ୍ଷା ନ କରି କଲେଜ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଚିଠିରେ କୁହାଯାଇଛି ଲିଫଲେଟରେ ଓ କଲେଜ କାନ୍ଥରେ ହେଲ୍ପଲାଇନ ନଂ ଲେଖିବା ନିର୍ଦ୍ଦେଶ ଦିଆଯଇଛି। ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ସହ ପିଲାଙ୍କୁ ସତର୍କ କରାଇବେ କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସ୍କ୍ବାଡ ହଷ୍ଟେଲ ଓ କ୍ଲାସ ରୁମ୍ ବୁଲି ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯଇଛି।

Leave A Reply

Your email address will not be published.