ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ, ସୁରକ୍ଷା ଓ ସୁପରିଚାଳନା ଉପରେ ଗୁରୁତ୍ବ

ଭୁବନେଶ୍ବର : ଆଗାମୀ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ସୁପାରିଚାଳନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନକଲି ପ୍ରଶ୍ନପତ୍ର ସଞ୍ଚାରକାରୀ ଓ ଗୁଜବକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସବୁ ଜିଲାର ଏସପିମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ନକଲି ପ୍ରଶ୍ନପତ୍ର ସଞ୍ଚାର କରିବେ ଏବଂ ଗୁଜବ ସୃଷ୍ଟି କରିବେ ସେଭଳି ଲୋକଙ୍କୁ ଠାବ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପିମାନଙ୍କୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି। ପରୀକ୍ଷାଗତ ଆଇନଶୃଙ୍ଖଳା ନିମନ୍ତେ ସେକ୍ଟରୱାରୀ ପୁଲିସ ମୁତୟନ ସହ ପ୍ରତି ନୋଡାଲ ସେଣ୍ଟରରେ ସିସିଟିଭି ସହ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ସୁରକ୍ଷିତ କରି ରଖିବା ଠାରୁ ଆରମ୍ଭକରି ପରୀକ୍ଷା ସଂଚାଳନ, ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଇତ୍ୟାଦି କାର୍ୟ୍ୟରେ ସହଯୋଗ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।ସମୀକ୍ଷା ବୈଠକରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଏହି ବୈଠକରେ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଏପ୍ରିଲ ୨୯ରୁ ମେ’ ୭ ଏବଂ ଏପ୍ରିଲ ୨୮ରୁ ମେ’ ୩୧ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଜି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ପରିଚାଳନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.