ଜାଗାକୁ ନେଇ ବିବାଦ: ପୂଜା ବେଳେ ବିଦ୍ୟାଳୟରେ ପଶି ମା’ ସରସ୍ୱତୀଙ୍କ ମୂର୍ତ୍ତିକୁ ଭାଙ୍ଗିଲେ ଦୁଇ ଭଉଣୀ 

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ସ୍ଥିତ ପୁନଃର୍ବସତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରସ୍ୱତୀ ପୂଜା ଚାଲିଥିବା ବେଳେ ଦୁଇ ଯୁବତୀଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି। ବିଦ୍ୟା ଦାତ୍ରୀ ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡି ଭାଙ୍ଗିଛନ୍ତି ଦୁଇ ଭଉଣୀ ଉର୍ମିଳା ସାହୁ ଓ ପ୍ରମିଳା ସାହୁ। ଏଥିସହିତ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବିଦ୍ୟାଳୟର ନାଁକୁ ମଧ୍ୟ ଲିଭାଇ ଦେଇଛନ୍ତି। ଉଭୟଙ୍କ ଘର କଣ୍ଟାପାଳ ୨ନଂ କଲୋନୀର ହୋଇଥିବା ସୂଚନା। ଗତ ୨୧ ତାରିଖ ଦିନ ସ୍କୁଲ ଭିତରେ ପଶି ହଙ୍ଗମା କରିଥିଲେ । ଆଜି ବିଦ୍ୟାଳୟରେ ପଶି ନାରଖାର କରିଥିବା ଦେଖିବାକୁ ମିଳିଛି । ତେବେ ବାପା ଟାଙ୍ଗୁରୁ ସାହୁ ନାଆଁରେ ବିଦ୍ୟାଳୟ ଜାଗାଟି ରହିଥିବା ନେଇ ଦୁଇ ଭଉଣୀଙ୍କର ଦାବି କରିଛନ୍ତି। ଯାହାକୁ ନେଇ ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୁଲିସ।

 

Leave a comment