ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇକୋର୍ଟଙ୍କ ଟିପ୍ପଣୀ : ବିଧବା ବୋହୂଙ୍କ ଭରଣପୋଷଣ ଦେବେ ଶଶୁର

ବିଳାଶପୁର : ବିଧବା ମହିଳାଙ୍କ ଭରଣପୋଷଣକୁ ନେଇ ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବିଧବା ମହିଳା ନିଜର ଭରଣପୋଷଣ ପାଇଁ ଶଶୁରଙ୍କ ନିକଟରେ ଦାବି କରିପାରିବେ। ଏ ପର୍ଯ୍ୟନ୍ତ ‘ହିନ୍ଦୁ ବିବାହ ନିୟମ’ରେ ଏ ନେଇ କୌଣସି ସ୍ପଷ୍ଟ ଆଇନ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଗୌତମ ଭାଦୁଡିଙ୍କ ଖଣ୍ଡପୀଠ କହିଛନ୍ତି ଯେ ସ୍ବାମୀଙ୍କ ମୃତ୍ୟୁପରେ ଶଶୁର ଯଦି ବୋହୂକୁ ଘରୁ ବାହାର କରିଦିଅନ୍ତି ତେବେ ସେ ଆଇନଗତ ଭାବେ ଭରଣପୋଷଣ ଭତ୍ତା ପାଇବାକୁ ଯୋଗ୍ୟ। ବିଧବା ମହିଳା ଏଥିପାଇଁ ଦାବି କରିପାରିବେ।

Leave A Reply

Your email address will not be published.