ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଲାମାଲ ହେଲେ ଏଲନ୍ ମସ୍କ , ଜଣେ ଗ୍ରାହକ ଅର୍ଡର କଲେ ଏକ ଲକ୍ଷ ଗାଡି

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଟେସ୍‌ଲାର ସହ ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କଙ୍କ ମୋଟ ସମ୍ପତି ବୃଦ୍ଧିରେ ଲାଗୁନି ଲଗାମ୍ । କରୋନା କାଳରେ ବି ତାଙ୍କ ସମ୍ପତ୍ତିରେ ଅହେତୁକ ବୃଦ୍ଧି ହେବାରେ ଲାଗିଛି। ଜଣେ ଗ୍ରାହକଙ୍କଠାରୁ ମିଳିଥିବା ଅର୍ଡର ମସ୍କଙ୍କୁ କରିଦେଇଛି ମାଲାମାଲ । ଏହି ଗୋଟିଏ ଦିନରେ ବିଶ୍ବର ଏହି ଏକ ନମ୍ବର ଧନୀଙ୍କ ସମ୍ପତ୍ତି ମୂଲ୍ୟରେ ୩୬୨ ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ସୂତ୍ରରୁ ମିଳିଥିବା ତଥ୍ୟାନୁଯାୟୀ, ଇତିହାସକୁ ପର୍ଯ୍ୟାଲୋଚନା କଲେ ବିଶ୍ବରେ ଜଣେ ଧନୀ ବ୍ୟକ୍ତିଙ୍କ ନେଟ୍ ସମ୍ପତ୍ତି ମୂଲ୍ୟରେ ଏହା ହେଉଛି ସବୁଠାରୁ ବୃହତ୍ ବୃଦ୍ଧି।

ଏହାର କାରଣ ହେଉଛି ହର୍ଟଜ୍ ଗ୍ଲୋବାଲ୍ ହୋଲ୍ଡିଂରୁ ମସ୍କଙ୍କ କମ୍ପାନୀ ଟେସଲା ଦ୍ବାରା ଗ୍ରହଣ କରାଯାଇଥିବା ଏକ ଲକ୍ଷ ଯାନର ଅର୍ଡର। ଏଲୋନ୍‌ ମସ୍କଙ୍କ ପୂର୍ବରୁ ଏହି ରେକର୍ଡ ଚାଇନାର ବିଲିୟନେୟାର ଜୋଙ୍ଗ ଶାନଶାନଙ୍କ ନାମରେ ରହିଥିଲା। ଗତ ବର୍ଷ ଗୋଟିଏ ଦିନରେ ତାଙ୍କର ନେଟ୍ ସମ୍ପତ୍ତି ମୂଲ୍ୟ ୩୨ ବିଲିୟନ ଡ଼ଲାର ବୃଦ୍ଧି ପାଇଥିଲା। ତାଙ୍କ ୱାଟର ବଟଲ କମ୍ପାନୀ ନୋଙ୍ଗଫୁ ସ୍ପ୍ରିଙ୍ଗ କମ୍ପାନୀ ତାଲିକାଭୁକ୍ତ ହେବା ଦିନ ଏହା ଘଟିଥିଲା। ହର୍ଟଜ ଗ୍ଲୋବାଲ୍ ହୋଲ୍ଡିଂରୁ ଗାଡ଼ି ଅର୍ଡର ସମ୍ପର୍କିତ ରିପୋର୍ଟ ଆସିବା ପରେ ଟେସଲାର ସେୟାର ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି ପାଇଛି। ଏହି କାରଣରୁ କମ୍ପାନୀର ବଜାର ମୂଲ୍ୟ ଏକ ଟ୍ରିଲିୟନ ଡଲାର ଅତିକ୍ରମ କରିଛି।

ସମ୍ପ୍ରତି ମସ୍କଙ୍କ କମ୍ପାନୀର ନେଟ ସମ୍ପତ୍ତି ପରିମାଣ ୨୮୯ ବିଲିୟନ ଡଲାର, ଯାହା ଆକ୍ସନ୍ ମୋବାଇଲ୍ କିମ୍ବା ନାଇକ୍‌ର ବଜାର ମୂଲ୍ୟଠାରୁ ବହୁତ ଅଧିକ। ଏହାପରେ ସେ ସମ୍ପତ୍ତି ଦୃଷ୍ଟିରୁ ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ଅତିକ୍ରମ କରିଯାଇଛନ୍ତି। ବ୍ଲୁମବର୍ଗର ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ବେଜୋସ ୧୯୩ ବିଲିୟନ ଡଲାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୧୬୩ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ତାଲିକାର ତୃତୀୟ ସ୍ଥାନରେ ବର୍ନାଡ୍ ଆର୍ଣ୍ଣୋଲ୍ଟ ରହିଛନ୍ତି। ତେବେ ଭାରତୀୟ ଧନୀ ବ୍ୟକ୍ତି ମୁକୋ ଅମ୍ବାନୀ ଏହି ତାଲିକାର ଏକାଦଶ ଏବଂ ଗୌତମ ଆଦାନୀ ତ୍ରୟୋଦଶ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.