ଆସିଲା ଅଗଷ୍ଟ ମାସର ଗାଇଡଲାଇନ୍

ଗାଇଡଲାଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟ ସରକାର ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ମାସରେ ରାଜ୍ୟରେ ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରିରହିବ । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ । ଭୁବନେଶ୍ୱର, କଟକ, ପୁରୀ ସହରରେ ସପ୍ତାହନ୍ତ ସଟଡାଉନ୍ ରହିବ । ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ କରାଯାଇପାରିବ ନାହିଁ । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ଗାଇଡଲାଇନ ମାନିବେ ପର୍ଯ୍ୟଟକ, ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ ।
ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତାକଡ଼ ଦୋକାନ ଆଦି ଖୋଲିବା ନେଇ ଅନୁମତି ଦେଲେ ରାଜ୍ୟ ସରକାର । ଅଗଷ୍ଟ ଗାଇଡଲାଇନରେ ସପ୍ତାହିକ ହାଟ, ବଜାର ଖୋଲିବ, ଆହାର କେନ୍ଦ୍ର ଖୋଲା ରହିବ । ବନ୍ଦ ରହିଥିବା ସିନେମା ହଲ, ପ୍ରେକ୍ଷାଳୟ ଆଦି ମଧ୍ୟ ଖୋଲାଯି । କିନ୍ତୁ ହଲ, ପ୍ରେକ୍ଷାଳୟ ଆଦିରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ବୋଲି ଘୋଷମା କରିଛନ୍ତି ଏସଆରସି ।