ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାରଣାରେ କୁକୁଡ଼ା ଚାଷୀ: ଏନ୍ଇସିସିର ମନମାନୀ ଓ ପକ୍ଷପାତିତା ଯୋଗୁ ସଙ୍କଟରେ କୁକୁଡ଼ା ଚାଷୀ

ଖୋର୍ଦ୍ଧା: ଭୁବନେଶ୍ବର -ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡାରେ କୁକୁଡ଼ା ଚାଷୀ ଧାରଣା ଦେଇଛନ୍ତି । ଅଣ୍ଡା ଟ୍ରକ୍ ଆନ୍ଦୋଳନକାରୀ ଅଟକାଇଥିଲେ। ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ ଚାଷୀ ଧାରଣାରେ ସାମିଲ ହେଉଛନ୍ତି । ଅଣ୍ଡାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ଯ ଦାବି କରିଛନ୍ତି  ଆନ୍ଦୋଳନକାରୀ। ଏନଇସିସି ବିରୋଧରେ କୁକୁଡା ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି। ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବୀ ହୋଇଛି ଓଡ଼ିଶା । ରାଜ୍ୟରେ ଦିନକୁ ପ୍ରାୟ ୯୨ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ୨୦୦ ଚାଷୀ ନିଜ ଫାର୍ମରେ ୫୦ହଜାର ପ୍ରତ୍ୟକ୍ଷ ଓ ୨ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି ।

ହେଲେ ଦେଶରେ ଅଣ୍ଡାର ଦର ସ୍ଥିର କରୁଥିବା ଏନ୍ଇସିସିର ମନମାନୀ ଓ ପକ୍ଷପାତିତା ଯୋଗୁ ରାଜ୍ୟର ଅଣ୍ଡାଦିଆ କୁକୁଡ଼ା ଚାଷୀ ସଙ୍କଟରେ ପଡ଼ିଛନ୍ତି । ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୪ଟଙ୍କା ୭୦ ପଇସା ପଡୁଥିବା ବେଳେ ଖାଉଟି ସାଢେ ୬ଟଙ୍କାରୁ ୭ଟଙ୍କାରେ କିଣୁଛନ୍ତି । କିନ୍ତୁ ଚାଷୀଙ୍କଠାରୁ ବ୍ୟବସାୟୀ ଅଣ୍ଡା କିଣିବାର ଦର ହେଉଛି ମାତ୍ର ୩ ଟଙ୍କା ୭୦ ପଇସା ।

ଉତ୍ପାଦନ ଖର୍ଚ୍ଚଠାରୁ କମ୍ ଦରରେ ଅଣ୍ଡା ବିକୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବ୍ୟାଙ୍କରୁ ଋଣ ନେଇ ଅନେକ ଚାଷୀ ଶୁଝିନପାରି ଏବେ ଡିଫଲ୍ଟର ତାଲିକାରେ । ବଡ଼ବଡ଼ ବ୍ୟବସାୟୀଙ୍କ ସହ ସଲାସୁତୁରା କରି ଅଣ୍ଡା ଦର ନିୟନ୍ତ୍ରଣ କରୁଥିବା ଏନଇସିସି ବିରୋଧରେ ପ୍ରତିବାଦର ସ୍ବର ଉଠିଛି । ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ସଂଘର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ନେତୃତ୍ବରେ ଏନ୍ଇସିସି ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚାଲିଛି ।

Leave A Reply

Your email address will not be published.