ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନରେ ହେଲିକପ୍ଟର ଦୁର୍ଘଟଣା : ମନ୍ତ୍ରୀଙ୍କ ସମେତ ୧୬ମୃତ

କିଭ୍‌: ୟୁକ୍ରେନରେ ବଡ଼ ଧରଣ ହେଲିକପ୍ଟର କ୍ରାସ୍ ହୋଇଛି। ଏକ ବିଲ୍ଡିଂରେ ପିଟି ହୋଇ ହେଲିକପ୍ଟରଟି ଜଳି ଯାଇଛି। ଏଥିରେ ମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ୧୬ଜଣ ମୃତକଙ୍କ ମଧ୍ୟରେ ୟୁକ୍ରେନ୍‌ର ମନ୍ତ୍ରୀ ଡେନିମ ମୋନାଷ୍ଟିର୍ସ୍କି ଥିବା ସୂଚନା ମିଳିଛି।

କିଭ୍ ନିକଟ ବ୍ରୋଭାରିରେ ହେଲିକପ୍ଟର କ୍ରାସ୍ ହୋଇଛି । ୟୁକ୍ରେନ ରାଷ୍ଟ୍ରୀୟ ପୁଲିସ ପ୍ରବକ୍ତାଙ୍କ ସୂଚନା ମୁତାବକ, ୟୁକ୍ରେନର କିଣ୍ଡରଗାର୍ଟନ୍ ନିକଟସ୍ଥ ବ୍ରେଭରୀ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୬ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ସମେତ ସରକାରଙ୍କ ଅନେକ ଶୀର୍ଷ ଅଧିକାରୀ ସାମିଲ ଅଛନ୍ତି। ମୃତ ମନ୍ତ୍ରୀ ଡେନିମ ମୋନାଷ୍ଟିର୍ସ୍କି ବୋଲି ପରିଚୟ ମିଳିଛି।ଦୁର୍ଘଟଣା ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ। କିଭ୍ ଠାରୁ ୨୦ କିଲୋମିଟର ଦୂର ଉତ୍ତର ପୂର୍ବରେ ବ୍ରେବେରୀ ସହର ଅବସ୍ଥିତ। ମସ୍କୋ ଆକ୍ରମଣର ପ୍ରାରମ୍ଭିକ ପର୍ୟ୍ୟାୟରେ ରୁଷ ଓ ୟୁକ୍ରେନ୍ ସେନା ବ୍ରେଭେରୀ ସହରକୁ ନିୟନ୍ତ୍ରଣ କରିବା ପାଇଁ ଲଢ଼େଇ କରିଥିଲେ।

Leave A Reply

Your email address will not be published.