ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୧ରୁ ୧୭ ଜିଲ୍ଲାରେ ପ୍ରବଳ ବର୍ଷା

ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର : ଜୁଲାଇ ମାସ ୨୧ ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଫଳରେ ଯେଉଁ ଅଞ୍ଚଳଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଛି ତାହା କିଛି ମାତ୍ରାରେ ଭରଣା ହେବ। ୨୧ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୧ ତାରିଖରେ ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଦେବଗଡ଼଼ ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁୁଗୁଳ, ଗଞ୍ଜାମ, କୋରାପୁଟ, ମଲାକାନଗିରି, କଳାହାଣ୍ଡି ଓ ବୌଦ୍ଧରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼଼ିବା ସହିତ ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ହେବ। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ୨୧ ତାରିଖ ଲଘୁଚାପ ପ୍ରଭାବରେ ୨୧ ଓ ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯୫.୪ ମିମି ମୌସୁମୀ ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୪୦୫.୩ ମିମି ଠାରୁ ୨୭ ପ୍ରତିଶତ କମ୍‍ ରହିଛି। ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି। ଭଦ୍ରକରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କମ୍‍ ଅର୍ଥାତ ମାତ୍ରା ୧୪୯ ମିମି ବର୍ଷା ରେକର୍ଡ ହୋଇଛି। ଏହି ଜିଲ୍ଲା ଏକମାତ୍ର ଜିଲ୍ଲା ଭାବେ ୨୦୦ ମିଲିମିଟର ବର୍ଷାରୁ କମ୍‍ ବର୍ଷା ହୋଇଛି।

ଭଦ୍ରକରେ ସ୍ୱାଭାବିକଠାରୁ ୫୯ ପ୍ରତିଶତ କମ୍‍ ବର୍ଷା ହୋଇଥିବା ବେଳେ ଯାଜପୁରରେ ୫୧ ପ୍ରତିଶତ, କେନ୍ଦୁଝର ଓ ବଲାଙ୍ଗୀରରେ ୪୪, ଗଜପତି ଓ ସମ୍ବଲପୁରରେ ଯଥାକ୍ରମେ ୪୨ ଓଏବଂ ୪୦ ପ୍ରତିଶତ ବର୍ଷା କମ୍‍ ରହିଛି। ତେବେ ଏହି ଲଘୁଚାପ ଦ୍ୱାରା ଜାରି ରହିଥିବା ନିଅଣ୍ଟିଆ ସ୍ଥିତି ସାମାନ୍ୟ ଭରଣା ହୋଇପାରିବ ବୋଲି ଆକଳନ କରାଯାଉଛି। ସେହିପରି ୨୭ ତାରିଖରେ ଆଉ ଏକ ଲଘୁଚାପ ହେବ ବୋଲି ମଧ୍ୟ ଆକଳନ କରାଯାଇଛି।

Leave A Reply

Your email address will not be published.