ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମା ଝଡ଼ ପ୍ରକୋପରେ ରାଜ୍ୟରେ ଜାରି ରହିଛି ବର୍ଷା, ୩୧ରୁ ଆହୁରି ବଢ଼ିବା ନେଇ ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ ପ୍ରକୋପରେ ବର୍ଷା ଜାରି ରହିଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି । ସେହିପରି ଦୃଶ୍ୟମାନ କ୍ଷମତା ମଧ୍ୟ ହ୍ରାସ ପାଇଛି । ଅନ୍ୟପଟେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ପଶ୍ଚିମା ଝଡ଼ ରାଜ୍ୟ ଉପରେ ପ୍ରଭାବ ପକାଉଛି। ଏହାଦ୍ୱାରା ପ୍ରତି ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବର୍ତ୍ତମାନ ଗୋଟିଏ ପଶ୍ଚିମା ଝଡ଼ର ପ୍ରକୋପ ଜାରି ରହିଥିବା ବେଳେ ୩୧ରୁ ଆଉ ଏକ ପଶ୍ଚିମା ଝଡ଼ ଦ୍ୱାରା ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ନୂଆ ଏକ ପଶ୍ଚିମା-ଝଡ଼ ଦ୍ୱାରା ୩୧ମାର୍ଚ୍ଚରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧାରଣ ବର୍ଷା ସହ କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ଭାରି ବର୍ଷାର ( ୭ ରୁ ୧୧ ସେମି) ସମ୍ଭାବନା ରହିଛି। ସେହିପରି ଉତ୍ତର ଉପକୂଳ ଓଡ଼ିଶାର ୬ ଜିଲ୍ଲା ସମେତ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ବୌଦ୍ଧ ଜିଲ୍ଲାରେ ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ତଥା ରାଜ୍ୟରେ ସମସ୍ତ ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଆସନ୍ତାକାଲି ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ୩୦ରେ ୧୪ଟି ଜିଲ୍ଲାରେ ବର୍ଷାପବନ ହେବ ବୋଲି ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ୩୧ ତାରିଖରେ ରହିବ।

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ଅଧିକ ରହିଥିଲା। ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡ଼ି ଏବଂ ଝଡି ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଛ ଡାଳ ଭାଙ୍ଗିଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ବାୟୁମଣ୍ଡଳରୁ ୦.୯କିମି ଉଚ୍ଚରେ ବିହାରରୁ ଝାଡ଼ଖଣ୍ଡ ମଧ୍ୟ ଦେଇ ଉତ୍ତର ଓଡ଼ିଶା ଯାଏଁ ଏକ ନିମ୍ନଚାପ ରେଖା ଲମ୍ୱିଛି। ଏହା ସହିତ ପଶ୍ଚିମ ଝଡ଼ ଦ୍ୱାରା ବର୍ଷା ହେଉଛି। ମଙ୍ଗଳବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ୩୦-୪୦ କିମି ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

Leave A Reply

Your email address will not be published.