ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି: ଖୋଲିଲା କାଳ ଡ୍ଯାମର ଗେଟ୍

କପ୍ତିପଦ: ଶିମିଳିପାଳ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା। ଯାହାଫଳରେ ନଦୀର ଜଳସ୍ତର ବଢିରେ ଲାଗିଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଲାଗି ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି।

ତେବେ ଡ୍ୟାମରେ ଜଳ ଧାରଣ କ୍ଷମତା ଅଧିକ ରହିଥିବା ବେଳେ ୭୭ ମିଟର ବିପଦ ସଙ୍କେତ ରହିଛି। ଏବେ ଡ୍ୟାମରେ ଜଳସ୍ତର ୭୫ ମିଟର ଛୁଇଁଛି। ଏହାକୁ ନଜରରେ ରଖି ଡ୍ୟାମର ଗୋଟିଏ ଗେଟ ଏକ ମିଟର ପର୍ଯ୍ଯନ୍ତ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଡ୍ୟାମର ସ୍ଥିତି ଦେଖି ଅନ୍ୟ ଗେଟ ଖୋଲାଯିବ ବୋଲି ଜଣାଯାଇଛି।

Leave A Reply

Your email address will not be published.