ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ୩ଦିନ ପର୍ଯ୍ଯନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାତିରେ ସିଝୁଛି ସାରା ଓଡ଼ିଶା। ଅସ୍ତବ୍ଯସ୍ତ ହୋଇପଡ଼ିଛି ଜନଜୀବନ।  ତେବେ ସାରା ରାଜ୍ୟରେ ଏହି ଗ୍ରୀଷ୍ମ ପ୍ରବାହ ଆହୁରି ୩ ଦିନ ପର୍ଯ୍ଯନ୍ତ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି । ଆଗାମୀ ୩ ଦିନ ପର୍ଯ୍ଯନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ଆଶଙ୍କା କରାଯାଉଛି।

ଆଜିଠାରୁ ୨୯ ତାରିଖ ପର୍ଯ୍ଯନ୍ତ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୧ଟି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେଓଗଡ, ମୟୂରଭଞ୍ଜ, ବରଗଡ, ଝାରସୁଗୁଡ଼ା ଓ ବଲାଙ୍ଗୀର ।  ଏଥି ସହ ୩୦ ତାରିଖରେ ୮ ଜିଲ୍ଲାକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

Leave A Reply

Your email address will not be published.