ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାତିରେ ଜଳୁଛି ସାରା ଓଡ଼ିଶା: ୪୫ ଡିଗ୍ରୀ ପାର କଲା ୨ ସହର

ଭୁବନେଶ୍ବର: ଆଜି ରାଜ୍ଯର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।  ତେବେ ୪୫.୩ ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଟିଟିଲାଗଡ଼ରେ ମଧ୍ଯ  ୪୫.୨ ଡିଗ୍ରୀ ରହିଛି ଦିନର ତାପମାତ୍ରା। ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୁଇଟି ସହରରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ। ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ୧୫ ସହରର ତାପମାତ୍ରା –  ବାରିପଦାରେ ୪୦ , ଝାରସୁଗୁଡ଼ାରେ ୪୨.୭, ସମ୍ବଲପୁରରେ ୪୨, ସୁନ୍ଦରଗଡ଼ରେ ୪୨, ହୀରାକୁଦରେ ୪୧.୩, ଭବାନୀପାଟଣାରେ ୪୩.୫, ଦେବଗଡରେ ୪୧.୨, ବରଗଡ଼ରେ ୪୨.୬, ନୂଆପଡ଼ାରେ ୪୨.୪, ନବରଙ୍ଗପୁରରେ ୪୦, ସୁବର୍ଣ୍ଣପୁରରେ ୪୧ .୫, ବୌଦ୍ଧରେ ୪୪ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ରହିଛି।

Leave A Reply

Your email address will not be published.