ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଡି ଆସୁଛି ଖରା, ଅପ୍ରେଲ ପହିଲାରୁ ନିସ୍ତାର ନାହିଁ ! ଆହୁରି ବଢିବ ପାରଦ, ସତର୍କ କରାଇଲେ ଏସଆରସି

ଭୁବନେଶ୍ବର : ମାଡି ଆସୁଛି ଖରା। ଏପ୍ରିଲ ପହିଲାରୁ ଆହୁରି ବଢିବ ଗ୍ରୀଷ୍ମର ପ୍ରକୋପ। ରାଜଧାନୀ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ତାତିବ। ବିଶେଷକରି ପ୍ରଥମ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ। ଏହାକୁ ନଜରରେ ରଖି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଛଅ ଜିଲ୍ଲା ପାଇଁ ହିଟୱେଭ୍ ଜାରି ହୋଇଛି । ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଛଅ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଅପରପକ୍ଷରେ ମାର୍ଚ୍ଚ ୨୯ ଓ ୩୦ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି । ସୋମବାର ପୂର୍ବାହ୍ନ ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।

 

Leave A Reply

Your email address will not be published.