ହାର୍ଟ ବ୍ରେକ୍ ଇନସ୍ୟୁରାନ୍ସ : ପ୍ରେମରେ ପ୍ରତାରିତ ହେବାପରେ ପ୍ରେମିକଙ୍କୁ ଇନସ୍ୟୁରାନ୍ସ ବାବଦରେ ମିଳିଲା ୨୫ ହଜାର

ଭୁବନେଶ୍ବର : ପ୍ରେମ ନିଃସ୍ବାର୍ଥ ଆଉ ଶାଶ୍ୱତ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲାପରେ ହୋଇଯାଏ ସାତ ଋତୁ। ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ। ସାମାଜିକ ଆକଟ ଯୋଗୁଁ ପ୍ରେମ କେବେ ଯନ୍ତ୍ରଣାଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ପୁଲକିତ ହୋଇ ଉଠେ । ସେ ଯାହା ହେଉ ନା କାହିଁକି, ପ୍ରେମ ଏକ ଭାବନା, ଏକ ସମର୍ପଣ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରେମ ଅପେକ୍ଷା ଅଧିକ ଧୋକା ଓ ପ୍ରତାରଣା ମିଳେ।
ଆଉ ବାସ୍ ପ୍ରତାରଣା ମିଳିବା ପରେ ପୁଅ ହେଉ କି ଝିଅ ହତାଶ ହୋଇପଡନ୍ତି। ନିରାଶ ହୋଇ କେତେ ବେଳେ କିଛି ଭୁଲ ନିସ୍ପତ୍ତିବି ନେବାକୁ ପଛଘୁଞ୍ଚା ଦିଅନ୍ତିନି। କିଛି ଲୋକ ପ୍ରେମରେ ଧୋକା ଖାଇବା ପରେ ଏହାକୁ ଭୁଲି ଯାଇ ନୂଆ ଜୀବନ ଆରମ୍ଭ କରନ୍ତି। କିନ୍ତୁ ଆଉ କିଛି ପ୍ରେମରେ ପ୍ରତାରଣା ପାଇବା ପରେ ବିରହରେ ବୁଡି ରହୁନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ପ୍ରେମରେ ଧୋକା ବା ପ୍ରତାରଣା ମିଳିବା ପରେ ପ୍ରେମିକ କିମ୍ବା ପ୍ରମିକାକୁ ଇନସ୍ୟୁରାନ୍ସ, (ବୀମା) ମିଳିବା କଥା। ପ୍ରାୟତ ଏପରି କଥା ଆପଣ ଶୁଣି ନଥିବେ । ବାସ୍ତବରେ ଏପରି ଏକ ଘଟଣା ଘଟଛି। ଯେଉଁଠି ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ଧୋକା ଦେବା ପରେ ଇନସ୍ୟୁରାନ୍ସ ବାବଦକୁ ପ୍ରେମିକଙ୍କୁ ମିଳିଛି ୨୫ ହଜାର ଟଙ୍କା। ଆଉ ସେହି ଇନସ୍ୟୁରାନ୍ସର ନାଁ ମଧ୍ୟ ହେଉଛି ହାର୍ଟ ବ୍ରେକ୍ ଇନସୁରାନ୍ସ।
ପ୍ରକୃତରେ ପ୍ରତୀକ ଆର୍ଯ୍ୟନ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରତୀକ ତାଙ୍କ ଟ୍ବିଟରେ ଏକ ପୋଷ୍ଟ କରି ଲେଖିଛନ୍ତି ତାଙ୍କ ପ୍ରେମିକା ତାଙ୍କୁ ପ୍ରତାରଣା ଦେବା ପରେ ତାଙ୍କୁ ହାର୍ଟ ବ୍ରେକ୍ ଇନସ୍ୟୁରାନ୍ସ ବାବଦକୁ ୨୫ ହଜାର ଟଙ୍କା ମିଳିଛି।
ହାର୍ଟ ବ୍ରେକ୍ ବୀମା ପାଣ୍ଠି କ’ଣ?
ପ୍ରତୀକ ଆର୍ଯ୍ୟନ ଟ୍ୱିଟରରେ ଲେଖିଛନ୍ତି ଯେ ଯେତେବେଳେ ସେ ଜଣେ ତାଙ୍କର ପ୍ରେମ ଆରମ୍ଭ ହେଲା, ସେ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଏକ ନିଷ୍ପତ୍ତି ନେଇଥିଲେ କି ଉଭୟେ ପ୍ରତ୍ୟେକ ମାସରେ(ଏକ ଜଏଣ୍ଟ ଆକାଉଣ୍ଟ) ମିଳିତ ବ୍ୟାଙ୍କ ଆକାଉଣ୍ଟରେ ୫୦୦ ଟଙ୍କା ଲେଖାଏଁ ଜମା କରିବେ। ଆଉ ଉଭୟ ଏହି ସମୟରେ ଚୁକ୍ତି କରିଥିଲେ କି ଯେକେହି ପ୍ରତାରିତ ହୁଏ, ସେ ସଂପୂର୍ଣ୍ଣ ଅର୍ଥ ହାର୍ଟବ୍ରେକ୍ ଇନସ୍ୟୁରାନ୍ସ ଫଣ୍ଡ ଭାବରେ ତାକୁ ଦିଆଯିବ। ଆଉ ଏବେ ପ୍ରତୀକଙ୍କ ଗର୍ଲଫ୍ରେଣ୍ଡ ପ୍ରତାରଣା କରି ଚାଲିଯାଇଛନ୍ତି। ଆଉ ଚୁକ୍ତି ଅନୁସାରେ ପ୍ରତୀକଙ୍କୁ ବ୍ୟାଙ୍କର ଜଏଣ୍ଟ ଆକାଉଣ୍ଟ ବର୍ତ୍ତମାନ ସୁଦ୍ଧା ଜମା ହୋଇଥିବା ୨୫ ହଜାର ଟଙ୍କା ହାର୍ଟବ୍ରେକ୍ ଇନସ୍ୟୁରାନ୍ସ ବାବଦରେ ମିଳିଛି।
ଯାହାକୁ ନେଇ ପ୍ରତୀକ ଆର୍ଯ୍ୟନ ଟ୍ୱିଟର ପୋଷ୍ଟ କରିଛନ୍ତି। ଆଉ ଏହି ଟଙ୍କାକୁ ସେ ହାର୍ଟ ବ୍ରେକ୍ ଇନସ୍ୟୁରାନ୍ସ ପାଣ୍ଠି – HIF ବୋଲି କହିଛନ୍ତି। ଯାହା ଏହି ଟ୍ବିଟଟି ବେଶ ଭାଇରାଲ ହେବାରେ ଲାଗିଛି। ଅନ୍ୟ ଟ୍ବିଟର ବ୍ୟବହାର କାରୀମାନେ ମଧ୍ୟ ପ୍ରତୀକଙ୍କ ଏହି ଟ୍ୱିଟକୁ ଆକର୍ଷଣୀୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଆପଣ ଏତେ ଟଙ୍କା ନେଇ କ’ଣ କରିବେ? ଆଉ ଜଣେ କହିଛନ୍ତି ଏପରି ନିୟମ ସମସ୍ତଙ୍କ ପାଇଁ ଆସିବା ଜରୁରୀ। ଏପରି ହେଲେ ଧୋକା ବା ପ୍ରତାରଣା କମିଯିବ।