ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ସଂକ୍ରମଣ କମିବା ପାଇଁ ଆଉ ୨ ସପ୍ତାହ ଲକଡାଉନ୍ ଜରୁରୀ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ୱର: ଦେଶରେ କୋଭିଡ୍‌ ସଂକ୍ରମଣ ପିକ୍‌ରେ ପହଞ୍ଚି ସାରିଛି । ସଂକ୍ରମଣ ସ୍ଥିର ରହିଥିବା ବେଳେ ସୁସ୍ଥତା ହାର ବଢିଛି । ଏବେ ରାଜ୍ୟରେ ପ୍ଲାଟ୍ୟୁ ଷ୍ଟେଜରେ ରହିଛି କରୋନା । ଆଉ ୨ ସପ୍ତାହ ଲକଡାଉନ ବଢ଼ିଲେ ରାଜ୍ୟରେ ସଂକ୍ରମଣ କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ମେ ଶେଷ ବେଳକୁ କରୋନା ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ ହେବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ଗତ କିଛିଦିନ ପରେ ରାଜ୍ୟରେ ପୁଣି ସଂକ୍ରମଣ ହାର ଅଧିକ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଅବଧିରେ ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେପଟେ ରାଜ୍ୟରେ ଦୈନିକ ଟେଷ୍ଟିଂ ୫୦ହଜାର ଉପରେ ରହିଛି । ଆଗକୁ ଦିନକୁ ୬୦ ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ପାର କରିଛି। ଦିନକରେ ୧୧ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।

Leave A Reply

Your email address will not be published.