ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ, ୩ ଲେୟାର କିମ୍ବା ଏନ୍-୯୫ ମାସ୍କ ପିନ୍ଧିବା ପାଇଁ ଡିଏମ୍‌ଇଟିଙ୍କ ପରାମର୍ଶ

ଭୁବନେଶ୍ବର : ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାକ୍ସ ନ ପିନ୍ଧି ତିନି ଲେୟାର ମାକ୍ସ କିମ୍ବା ଏନ 95 ମାକ୍ସ ପିନ୍ଧିବା ପାଇଁ ପାଇଁ ପରାମର୍ଶ ଦେଲେ ଡ଼ିଏମଇଟି । ଓମିକ୍ରନ ୫ ଗୁଣ ଅଧିକ ଜୋରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ଲାଗିଛି ରୋକ । ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବାହାଘର ଓ ଶେଷକୃତ୍ୟ ସମୟରେ ରିଲାକ୍ସ ଦିଆଯିବ । ବାକି ସବୁଠି କଟକଣା ଲାଗିବ । ଆଉ ୪ ଟି ସାମ୍ପୁଲ ଜିନମ ସିକ୍ୟୁଏନିସଂ ପାଇଁ ଯାଇଛି । ଆଇସିୟୁ ଓ ବେଡ଼,ଭେଣ୍ଟିଲେଟର ସବୁ କୁ କାର୍ଯ୍ୟକ୍ଷମ ମୋଡ଼ରେ ରଖାଯାଇଛି ବୋଲି ଡିଏମଇଟି ସୂଚନା ଦେଇଛନ୍ତି।

ଓମିକ୍ରନକୁ ନେଇ ଏବେ ଚିନ୍ତା ବଢୁଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଦୁଇଟି ଅଧ୍ୟୟନ କହୁଛି ଓମିକ୍ରନର ବିଶେଷ ପ୍ରଭାବ ପଡିନପାରେ । କିନ୍ତୁ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ । ଭିଡ ନିୟନ୍ତ୍ରଣ ହେଉଛି ସୁବୁଠୁ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସର୍ଭିଲାନ୍ସ, ଟିକାକରଣ, କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଯେତେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କର ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବ ବୋଲି ସେ କହିଛନ୍ତିି । ଏପଟେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆଜି ପର୍ଯ୍ୟନ୍ତ  ୪ କୋଟି ୮୨ ଲକ୍ଷ ଟିକା ଦିଆସରିଥିବା ବେଳେ ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ ଦିଆଯାଇଛି ଯାହା ୮୯ ପ୍ରତିଶତ । ସେହିପରି ୩୭ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ଏବେ ବି ନେଇ ନଥିବାବେଳେ ୩୧ ଲକ୍ଷ ଦ୍ଵିତୀୟ ଡୋଜ ମଧ୍ୟ ନେଇନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ରାଜ୍ୟରେ ପ୍ରଥମ ଡୋଜ କୋରୋନା ଟିକା ନେଇନାହାନ୍ତି ୩୭ ଲକ୍ଷତେବେ ଜାନୁଆରୀ ୧୫ ସୁଦ୍ଧା ପ୍ରଥମ ଡୋଜ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ରାଜ୍ୟରେ ଟିକା ମହଜୁଦ ହୋଇ ରହିଛି। ଗାଁ ଗାଁରେ ମୋବାଇଲ ଭ୍ୟାନ ବୁଲିବା ସହ ଟୀକାକରଣ କରାଯାଉଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ନେବା ପାଇଁ ସ୍ବାସ୍ଥ୍ୟକର୍ମୀ ଓ ଆଶା କର୍ମୀମାନେ ସେମାନଙ୍କୁ ଅନୁରୋଧ କରିଛନ୍ତି। ଓମିକ୍ରନକୁ ଦୃଷ୍ଟିରେ ରଖି ସର୍ଭିଲାନସ ଜୋରଦାର କରାଯାଉଛି। ପଜିଟିଭ ଆସିଲେ ସାମ୍ପୁଲ ଜିନମ ସିକ୍ୟୁଏନିସଂ ପାଇଁ ପଠାଯାଉଛି ବୋଲି କହିଛନ୍ତି ବିଜୟ ପାଣୀଗ୍ରାହୀ ।

Leave A Reply

Your email address will not be published.