ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଅପିଲ, ନିହାତି ଜରୁରି ନଥିଲେ ଯାଆନ୍ତୁନି ହସ୍ପିଟାଲ୍

ଭୁବନେଶ୍ବର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ଜନସାଧାରଣଙ୍କୁ ଏକ ନିବେଦନ କରିଛି। ଯେଉଁଥିରେ ଅତି ଜରୁରୀ ନଥିଲେ ଲୋକମାନଙ୍କୁ ମେଡିକାଲ ନଆସିବାକୁ କୁହାଯାଇଛି । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗ ଏନେଇ ଏକ ଗାଇଡ଼ଲାଇନ ଜାରି କରିଛି।

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋଭିଡ ସଂକ୍ରମଣ। ଏନେଇ ସ୍ବାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କୁ ଗୁରୁତ୍ବ ଦେଇ ନିହାତି ଜରୁରୀ ନଥିଲେ ମେଡିକାଲ ନଯିବାକୁ ପରାମର୍ଶ ଦେଇଛି । ଦୈନିକ ସଂକ୍ରମଣ ବଢୁଛି, ତେଣୁ ମେଡିକାଲ ଆସି ଗହଳି କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ବିନା କାରଣରେ ମେଡିକାଲ ଆସି ଘରକୁ ସଂକ୍ରମଣ ନନେବାକୁ ସେ କହିଛନ୍ତି । ମେଡିକାଲ ଭଳି ସଂକ୍ରମଣ ପ୍ରବଣ ସ୍ଥାନକୁ ଆସି ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ, ନିହାତି ଆବଶ୍ୟକ ନଥିଲେ ଅସ୍ତ୍ରୋପଚାର ଓ ସେବା ଯୋଗାଇ ଦିଆଯିବ ନାହିଁ । ରୋଗୀଙ୍କୁ ବାରମ୍ବାର ନ ଡାକିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି । ମେଡିସିନ ଦେଇ ୭ରୁ ୧୦ ଦିନ ଅନ୍ତରରେ ଚେକଅପ ପାଇଁ ଡାକିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଦୈନିକ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତ ପ୍ରତି ଜିଲ୍ଲାରୁ ବାହାରୁଛନ୍ତି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ସେଥିପାଇଁ ସରକାର କଡା ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.