ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନେକ ରୋଗର ମହୌଷଧି ଆଳୁ, କନ୍ଦମୂଳ ଓ ସୋୟା

ଆଳୁ ଓ କନ୍ଦମୂଳ ଅତ୍ୟନ୍ତ ପୁଷ୍ଟିକାରକ। ସୋଡ଼ା, ପଟାସ୍‌ ଓ ଭିଟାମିନ୍‌ ‘ବି’ ଦ୍ବାରା ଏହା ସମୃଦ୍ଧ। କନ୍ଦମୂଳରେ ଭିଟାମିନ୍‌ ‘ସି’, ‘ଇ’ ଓ ବେଟା କାରୋଟିନ୍‌ ଫାଇବର୍‌, ଲୌହ ଓ ପଟାସିୟମ୍‌ ଅଛି। କଞ୍ଚାଆଳୁ ରସ ଅନେକ ରୋଗର ମହୌଷଧି। ଯଥା –

-ପାଚନ ପ୍ରଣାଳୀକୁ ଦୃଢ଼ କରେ।
-ସନ୍ଧିବାତ, ଫୁଲା ଓ ସିଝି ଯାଇଥିବା ତ୍ବଚା ପାଇଁ ଏହା ମହୌଷଧି ସଦୃଶ।
-ଆଳୁର ପତ୍ର ଏକ ପୁଷ୍ଟିକର ଓ ସ୍ବାଦିଷ୍ଟ ଖାଦ୍ୟ।

କନ୍ଦମୂଳ
-କନ୍ଦମୂଳ କର୍କଟ ରୋଗ ପ୍ରତିଷେଧକ।
-କନ୍ଦମୂଳ ଖାଇବା ଯୋଗୁଁ ଅଗ୍ନ୍ୟାଶୟର କାର୍ଯ୍ୟକ୍ଷମତା ବଜାୟ ରଖେ।
-କନ୍ଦମୂଳକୁ ପୋଡ଼ା ଘା’ରେ ବାଟି ଲଗାଇବା ଦ୍ବାରା ମଲମ ଭଳି କାମ କରେ।
-ଆଣ୍ଠୁଗଣ୍ଠି ବାତରେ ମଧ୍ୟ ମନ୍ଦମୂଳ ଲେପ ଦିଆଯାଏ।

ସୋୟା
ଚୀନ୍‌ ଦେଶର ଲୋକମାନେ ସୋୟାକୁ ‘ୟୋଲୋ ଜୁଏଲ୍‌’ ବା ‘ହଳଦିଆ ହୀରା’ ବୋଲି କହିଥାନ୍ତି। ଜାପାନିଜ୍‌ ମାନେ କହନ୍ତି ସୋୟା ଉଭୟ ଶରୀର ଓ ଆତ୍ମା ପାଇଁ ଉପଯୁକ୍ତ ଖାଦ୍ୟ। ଏହା ଫାଇଟୋ, କେମିକାଲ୍‌, ମ୍ୟାଗ୍ନେସିୟମ୍‌, କ୍ୟାଲସିୟମ୍‌, ଲୌହ ଓ ତନ୍ତୁରେ ଭରପୂର। ଏହାର ସ୍ବାସ୍ଥ୍ୟ ଉପଯୋଗୀ ଗୁଣଗୁଡ଼ିକ ହେଉଛି –

-ଏହା ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତରକୁ ହ୍ରାସ କରିଥାଏ।
-ହୃତ୍‌ପିଣ୍ଡ ରୋଗ ହେବାର ଆଶଙ୍କା ଦୂର କରେ।
-ସୋୟା ଖାଇବା ଦ୍ବାରା କ୍ୟାନସର୍‌ ଆଶଙ୍କା ମଧ୍ୟ କମ୍ ହୋଇଥାଏ।
-ସୋୟା, ଦୁଗ୍ଧ, ଦହି, ତୋଫୁ ହାଡ଼ ମଜଭୁତ୍‌ କରେ।
-ମାସିକ ଋତୁଜନିତ ସମସ୍ୟା ଦୂର କରେ।

Leave A Reply

Your email address will not be published.