ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀର୍ଘ ଦିନ ଧରି ଦରମା ବନ୍ଦ ହୋଇଥିବାରୁ ଶିକ୍ଷାଧିକାରୀଙ୍କୁ ପିଟିଲେ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ

ବ୍ରହ୍ମପୁର: ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବୀନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସରକାରୀ କାର୍ଯ୍ଯାଳୟରେ ପଶି ଡିଇଓଙ୍କୁ ଆକ୍ରମଣ କରିଛନ୍ତି ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସୁମନ। ଆକ୍ରମଣରେ ଗୁରୁତର ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି ଡିଇଓ। ସୁମନ, ଡିଇଓଙ୍କୁ ଆକ୍ରମଣ କରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ପୁଲିସ ।

ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ହୋଇ ଯାଇଥିବା ଅଭିଯୋଗ କରି ସେ ଗତ ଡିସେମ୍ବର ମାସରୁ ଧାରଣାରେ ବସିଥିଲେ। ଆଜି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ଯାଳୟକୁ ଯିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ସୁମନ ।

 

Leave A Reply

Your email address will not be published.