ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନ.ଏଚ ୫୩ ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଟ୍ରକ ମଧ୍ୟରେ ମୁହାଁମୁହି ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଉଛନ୍ତି ପରଜଙ୍ଗ ଥାନା କନ୍ତୁର ଗ୍ରାମର ମାମୁଦ ସାହୁ। ଅନ୍ୟ ଜଣେ କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି ।

ସୂଚନା ମୁତାବକ ତାପସ ଏକ ବାଇକରେ ଆଠଗଡ଼ରୁ ତାଳଚେର ଅଭିମୁଖେ ଯାଉଥିବାବେଳେ, ଡିହଡୋଳ ଛକରୁ ମାମୁଦ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ । ତେବେ ମୁଣ୍ଡେଇଲ ଛକ ନିକଟରେ ତାଳଚେରରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ତାଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ୨ ଜଣ ଗୁରୁତର ଭାବେ ପଡିରହିଥିଲେ । ତେବେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.