ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚରିତ୍ରକୁ ସନ୍ଦେହକରି ପତ୍ନୀକୁ ପିଟି ପିଟି ହତ୍ୟା

ଢେଙ୍କାନାଳ : ପତ୍ନୀର ଚରିତ୍ରକୁ ସନ୍ଦେହ ଯୋଗୁଁ ସ୍ୱାମୀକୁ ସଜାଇଦେଲା ସୈତାନ । ଶେଷରେ ରକ୍ତମୁଖା ପାଲଟିଗଲା ସ୍ୱାମୀ । ଆଉ ଶ୍ୱଶୁର ଘରେ ପଶି ଫ୍ୟାନ ରଡ଼ ରେ ପତ୍ନୀକୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ହତ୍ୟାକାଣ୍ଡ ପରେ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ସୂଚନା ଥାଉକି, ଢେଙ୍କାନାଳ ସହରର ବାଜିଚୌକ ରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୨୮ବର୍ଷର ମମତା ମହାଳିକ । ହତ୍ୟା ଅଭିଯୁକ୍ତ ସ୍ୱାମୀ ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ ବୋଲି ଜଣାପଡିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଲପୁର ଗ୍ରାମରେ ସତ୍ୟବ୍ରତଙ୍କ ଘର ।

ସତ୍ୟବ୍ରତ ଢେଙ୍କାନାଳ ସହର ହାଉସିଂ ବୋର୍ଡ ଅଂଚଳର ପଙ୍କଜ ବେହେରାଙ୍କ ଝିଅ ମମତାଙ୍କୁ ଆଜକୁ ୧୦ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ସତ୍ୟବ୍ରତ ସବୁବେଳେ ତାଙ୍କ ପତ୍ନୀର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାଡ଼ ପିଟ କରନ୍ତି । ମାତ୍ର ଅଧିକ ଯୌତୁକ ପାଇଁ ମାଡ଼ପିଟ କରନ୍ତି ବୋଲି ମମତାଙ୍କ ବାପ ଘର ପରିବାର ପ୍ରକାଶ କରନ୍ତି । ଫଳରେ ମମତା ତାଙ୍କର ଦୁଇ ଶିଶୁ ପୁଅ ସହ ପ୍ରାଣ ବିକଳରେ ନିଜ ବାପା ମାଙ୍କ ପାଖରେ ଆଶ୍ରୟ ନେଇଥିଲେ । ଏପରିକି ସ୍ୱାମୀର ଭୟରେ ଗାଁ ଛାଡି ବାପା ମାଙ୍କ ସହ ଢେଙ୍କାନାଳ ସହରର ବାଜିଚୌକସ୍ଥିତ ଏକ ଭଡା ଘରେ ରହୁଥିଲେ ମମତା। ତେବେ ସତ୍ୟବ୍ରତ ଗତ କିଛିଦିନ ହେଲେ ଚାକିରିରୁ ଗାଁକୁ ଆସିଥିବାବେଳେ ସୁଯୋଗ ଖୋଜୁଥିଲେ ।

ଏପରିସ୍ଥଳେ ଛକି ରହିଥିବା ସତ୍ୟବ୍ରତ ଆଜି ଭୋର ସମୟରେ ଏହି ଭଡାଘରେ ପଶି ମମତାଙ୍କୁ ଏକ ପେଡେଷ୍ଟାଲ ଫ୍ୟାନ ରଡ଼ରେ ପିଟି ପିଟି ହତ୍ୟା କରିଥିବା ପ୍ରକାଶ କରିଛନ୍ତି ମୃତ ମମତାଙ୍କ ବାପ ଘର ଲୋକେ ।ଏପରିକି ପୂର୍ବରୁ ଆକ୍ରମଣ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ନେଇ ମମତା ତାଙ୍କ ବାପଘର ଲୋକେ ଜ୍ୱାଇଁଠାରୁ ଅସୁରକ୍ଷିତ ହୋଇ ଢେଙ୍କାନାଳ ସହରରେ ଆସି ରହୁଥିଲେ ବୋଲି ପ୍ରକାଶ କରିଛନ୍ତି ମୃତା ମମତାଙ୍କୁ ଭାଇ ଲିଙ୍ଗରାଜ ବେହେରା। ଏହି ହତ୍ୟାକାଣ୍ଡ ପରେ ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ସତ୍ୟବ୍ରତ କୁ ପୁଲିସ ଗିରଫ କରିଛି ।

Leave A Reply

Your email address will not be published.