ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝର ଜିଲ୍ଲାପାଳଙ୍କୁ ମିଳିଲା ଆସ୍ବସ୍ତି: ଏସଟି କମିଶନ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ

କଟକ: କେନ୍ଦୁଝର ଜିଲ୍ଲାପାଳଙ୍କୁ ମିଳିଲା ଆସ୍ବସ୍ତି। କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଏସଟି କମିଶନ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଛନ୍ତି ହାଇକୋର୍ଟ।

ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । କମିଶନଙ୍କ ନିର୍ଦ୍ଦେଶକୁ ଜିଲ୍ଲାପାଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜିଲ୍ଲାପାଳଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମାମଲା ଲଢ଼ିଥିଲେ । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା । ଜିଲ୍ଲାପାଳଙ୍କୁ ଜନଜାତି କମିଶନଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏକାଧିକ ମାମଲାରେ ଜିଲ୍ଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିଲା । ବାରମ୍ବାର ନୋଟିସ ପରେ ବି ହାଜର ହୋଇନଥିଲେ ଜିଲ୍ଲାପାଳ । ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ କି କମିଶନଙ୍କ ନୋଟିସର କୌଣସି ଉତ୍ତର ଦେଇ ନଥିଲେ । ଶେଷରେ ଜାତୀୟ ଅନୁସୂଚିତ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ଯାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।

Leave A Reply

Your email address will not be published.