ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମ ଦେଖାରେ ପ୍ରେମରେ ପଡିଛନ୍ତି କି? ତେବେ ଜାଣନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ…..

ଆପଣ ନିଶ୍ଚୟ ପ୍ରଥମ ଦେଖାରେ କାହା ସହିତ ପ୍ରେମରେ ପଡିଥିବେ କିମ୍ବା ନିଶ୍ଚୟ ଏପରି ବ୍ୟକ୍ତିଙ୍କୁ ଦେଖିଥିବେ, ଯାହାର କଥା, କାମ, ଯାହାର ମନୋଭାବ ଆପଣଙ୍କୁ ପ୍ରଥମ ଦେଖାରେ ହିଁ ଭଲ ଲାଗିଥାଏ। ଆଉ ସେହି ବ୍ୟକ୍ତିଙ୍କସହ ବାରମ୍ବାର ଦେଖା କରିବାକୁ ଇଚ୍ଛା ହୁଏ। ଏପରି ବି ହୁଏ  ସେହି ବ୍ୟକ୍ତିଙ୍କୁ ଦେଖିବା ପରେ ଲାଗେ ଯେପରି ତୁମେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଛ । ଏହାକୁ ପ୍ରଥମ ଦେଖାରେ ପ୍ରେମ କୁହାଯାଏ ।

ଆଜି ଆମେ ଆପଣଙ୍କୁ ପ୍ରଥମ ଦେଖାରେ କିପରି ପ୍ରେମ ହୁଏ ତାହାର ବୈଜ୍ଞାନିକ କାରଣ କହିବୁ। ଜଣେ ବ୍ୟକ୍ତି ପ୍ରଥମ ଦେଖାରେ କାହିଁକି ପ୍ରେମରେ ପଡ଼େ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ପଛରେ ଭାବପ୍ରବଣ କାରଣ ରହିବା ସହିତ ଏକ ବୈଜ୍ଞାନିକ କାରଣ ମଧ୍ୟ ଅଛି । ସେଥିପାଇଁ କୌଣସି ଅଜଣା ମଣିଷ ପ୍ରଥମ ଦେଖାରେ ଆପଣଙ୍କୁ ନିଜର ଲାଗିଥାଏ |

ଏକ ଅନୁସନ୍ଧାନରୁ ବୈଜ୍ଞାନିକ ମାନେ ପ୍ରଥମ ଦେଖାରେ କିପରି ପ୍ରେମ ହୁଏ ତାହା ଉପରେ ଅଧ୍ୟୟନ କରିଛନ୍ତି।  ଏହି ଅଧ୍ୟୟନରେ, ଅନେକ ଅଜଣା ଲୋକଙ୍କୁ (Blind Date) ଡେଟ୍‌ରେ ପଠାଯାଇଥିଲା । ପ୍ରଥମ ସାକ୍ଷାତ ପରେ କିଛି ଲୋକଙ୍କ ମଧ୍ୟରେ କିପରି ସଂଯୋଗ (ବଣ୍ଡିଙ୍ଗ) ବଢିଯାଏ ତାହା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା।  ଆଉ ଏହି ଅଧ୍ୟୟନରୁ ଜଣାପଡିଲା ଯେ ବହୁତ ଲୋକଙ୍କ ମଧ୍ୟରେ ପ୍ରଥମ ଦେଖାରେ କିଛି ପରିମାଣ  ସଂଯୋଗ (ବଣ୍ଡିଙ୍ଗ) ବଢୁଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଏକ ମାନସିକ ପ୍ରକ୍ରିୟା ଯାହା ଶାରୀରିକ ଲକ୍ଷଣ ସହ ଆରମ୍ଭ ହୁଏ। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଦୁଇ ଜଣଙ୍କର ପ୍ରଥମ ଦେଖାରେ ହୃଦ୍‌ସ୍ପନ୍ଦନ ସମାନ ଧ୍ୱନିରେ ଚାଲିବା ଆରମ୍ଭ କରେ ।  ଏହି ଅନୁସନ୍ଧାନରେ ୧୪୨ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୧୮ ରୁ ୩୮ ବର୍ଷ ବୟସର ଏହି ଲୋକମାନଙ୍କୁ (Blind Date) ଏକାଠି ପଠାଯାଇଥିଲା।  ଏହି ସମୟ ମଧ୍ୟରେ, ଡେଟିଂ କ୍ୟାବିନରେ  ଆଖି-ଟ୍ରାକିଂ ଚଷମା, ହୃଦସ୍ପନ୍ଦନ ମନିଟର ଇତ୍ୟାଦି କରିବାର ବ୍ୟବସ୍ଥା କରାଯାଇଥିଲା ।

ଏହି ପରୀକ୍ଷଣରୁ ଏପରି ୧୭ ଯୋହି ସାମ୍ନାକୁ ଆସିଥିଲେ ଯେଉଁମାନେ ପ୍ରଥମ ଦେଖାରେ ପ୍ରେମରେ ପଡିଥିଲେ। ଏହି କପଲ୍‌ଙ୍କର ହୃଦସ୍ପନ୍ଦନ ସମାନ ସ୍ତରରେ ଚାଲୁଥିଲା। ବୈଜ୍ଞାନିକ ମାନେ ଏହାକୁ ଫିଜିଓଲୋଜିକାଲ୍ ସିଙ୍କ୍ରୋନି ନାମରେ ନାମିତ କରିଥିଲେ। ଏପରି ମଧ୍ୟ ଦେଖା ଦେଇଥିଲା ଯେତେବେଳେ ପ୍ରଥମ ଦେଖା ହୁଏ କିଛି ଜଣ ଜାଣିପାରନ୍ତି ନାହିଁ କଣ କରୁଛନ୍ତି। ପ୍ରଥମ ଦେଖାରେ ଯାହା ସହ ଦେଖା ହୁଏ ତାର କଥାରେ ଏପରି ବିଭୋର ହୋଇଯାଆନ୍ତି କଣ କରୁଛନ୍ତି ଜାଣିପାରନ୍ତି ନାହିଁ। ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁମାନଙ୍କୁ ପ୍ରଥମ ଦେଖାରେ ପ୍ରେମ ହୁଏ ସେମାନଙ୍କ ହାତ ପାପୁଲିରୁ ସାମାନ୍ୟ ଝାଳ ମଧ୍ୟ ବାହାରିବା ଦେଖାଯାଏ।

Leave A Reply

Your email address will not be published.