ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେସଲର ବବିତା ଫୋଗଟଙ୍କ ଭଉଣୀ ରିତିକାଙ୍କ ଆତ୍ମହତ୍ଯା

ଚଣ୍ଡୀଗଡ଼: କୁସ୍ତି ଖେଳାଳି ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫାଇନାଲ ମ୍ୟାଚ ହାରିବାର ଦୁଃଖ ସହ୍ୟ କରି ନ ପାରି ରିତିକା ଏଭଳି ପଦକ୍ଷେପ ନେଇଥିବା ସୂଚନା। ରିତିକା ହେଉଛନ୍ତି ରେସଲର ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟା ଭଉଣୀ । ଦ୍ରୋଣାଚାର୍ଯ୍ଯ ପୁରସ୍କାର ବିଜେତା ମହାବୀର ସିଂ ଫୋଗଟଙ୍କଠାରୁ ରିତିକା ଟ୍ରେନିଂ ନେଉଥିଲେ ।

ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ହରିୟାଣାର ଭରତପୁରଠାରେ ଅନୁଷ୍ଠିତ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ରିତିକା ୧ ପଏଣ୍ଟ ପାଇଁ ଫାଇନାଲରେ ହାରି ଯାଇଥିଲେ । ସେହିଦିନ ଠାରୁ ରିତିକା ସର୍ବଦା ମାନସିକା ଚାପରେ ରହୁଥିଲେ । ମ୍ୟାଚ ହାରିବାର ଅବସାଦକୁ ନେଇ ସେ ଗତକାଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରିତିକାଙ୍କ ପରି ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି ।

Leave A Reply

Your email address will not be published.