୮୪ ବର୍ଷ ବୟସରେ ପାଦ ଥାପିଲେ ଶିଳ୍ପପତି ରତନ ଟାଟା

ନୂଆଦିଲ୍ଲୀ: ଆଜି ବିଶ୍ୱର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଜନ୍ମଦିନ।  ରତନ ଟାଟା କେବଳ ଶିଳ୍ପରେ ସଫଳତା ପାଇଁ ଜଣାଶୁଣା ନୁହଁନ୍ତି, ବରଂ ସେ ତାଙ୍କ ବ୍ୟକ୍ତିତ୍ୱ ପାଇଁ ମଧ୍ଯ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଯେତେବେଳେ ସଫଳ ଭାରତୀୟ ବ୍ୟବସାୟୀଙ୍କ କଥା ଆସେ, ରତନ ଟାଟାଙ୍କ ନାମ ଶୀର୍ଷରେ ଆସିଥାଏ।  ଆଜି  ୨୮ ଡିସେମ୍ବରରେ ରତନ ଟାଟାଙ୍କ ଜନ୍ମଦିନ ପାଳନ କରାଯାଉଛି । ସେ ଆଜି ୮୪ ବର୍ଷ ବୟସରେ ପଦ ଥାପିଛନ୍ତି। ରତନ ଟାଟ ଆଜି ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ଜନ୍ମଦିନରେ ତାଙ୍କୁ ଦେଶ- ବିଦେଶରୁ ଏବଂ ତାଙ୍କର ଅନେକ ପ୍ରଶଂସଙ୍କର ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।

ରତନ ଟାଟା ୨୮  ଡିସେମ୍ବର  ୧୯୩୭ରେ ଭାରତର ସୁରଟ ସହରରେ ଜନ୍ମଗ୍ରହଣ କରିଥିଲେ। ରତନ ଟାଟା ନାଭାଲ ଟାଟାଙ୍କ ପୁତ୍ର । ରତନ ଟାଟା ମୁମ୍ବାଇର ଚାମ୍ପିଅନ୍ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । କୈଥେଡ୍ରଲରେ ତାଙ୍କର ମାଧ୍ୟମିକ ଶିକ୍ଷା କରିଥିଲେ।  ଏହା ପରେ ସେ ଜନ୍ କେନୌନ୍ କଲେଜରୁ ବାସ୍ତୁକଳାରେ ବିଏସସି କରିଥିଲେ। ତା’ପରେ ୧୯୬୨ ମସିହାରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ  ଇଞ୍ଜିନିୟରିଂ ଏବଂ୧୯୭୫ରେ ହାର୍ଭର୍ଡ ବିଜନେସ୍ ସ୍କୁଲରୁ ଆଡଭାନ୍ସ ମ୍ୟାନେଜମେଣ୍ଟ କରିଥିଲେ।

 

ସେ ୧୯୯୧ ରୁ  ୨୦୧୨ ପର୍ଯ୍ୟନ୍ତ ରତନ ଟାଟା ଟାଟା ଗ୍ରୁପ୍ ର ଅଧ୍ୟକ୍ଷ ଥିଲେ।  ୨୮ ଡିସେମ୍ବର ୨୦୧୨ ରେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତଥାପି ଟାଟା ଗ୍ରୁପର ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଟାଟା ଷ୍ଟିଲ, ଟାଟା ମୋଟର୍ସ, ଟାଟା ପାୱାର, ଟାଟା କନସଲଟାନ୍ସି ସର୍ଭିସେସ୍, ଟାଟା ଚା, ଟାଟା କେମିକାଲ୍ସ, ଇଣ୍ଡିଆନ୍ ହୋଟେଲ ଏବଂ ଟାଟା ଟେଲି ସର୍ଭିସେସ୍ ଭଳି ସମସ୍ତ ପ୍ରମୁଖ ଟାଟା ଗ୍ରୁପ୍ କମ୍ପାନୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ନୂତନ ଶିଖରେ ପହଞ୍ଚିଛି।

ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କୁ  ୨୦୦୮ ମସିହାରେ ପଦ୍ମଭୂଷଣ ଏବଂ ୨୦୦୦ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ପରିସଂଖ୍ୟାନ ଅନୁଯାୟୀ, ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପର ରାଜସ୍ବ  ୪୦  ଗୁଣରୁ ଲାଭରୁ ୫୦ ଗୁଣକୁ ଅଧିକ ବୃଦ୍ଧି ପାଇଥିଲା।

ସାମାଜିକ ତଥା ଧାର୍ମିକ କାର୍ଯ୍ୟରେ ରତନ ଟାଟାଙ୍କ ପରିବାର ସର୍ବଦା ଆଗରେ ରହି ଆସିଛନ୍ତି। ରତନ ଟାଟା ସବୁବେଳେ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ । କରୋନା ମହାମାରୀର ସମରେ ସେ PM Cares Fundକୁ  ୫୦୦ କୋଟି ଦାନ କରିଥିଲେ। ଏହା ବ୍ୟତୀତ ସେ ଅନେକ ସାମାଜିକ କାର୍ଯ୍ୟରେ ଜଡିତ ଅଛନ୍ତି।

Leave a comment