ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଲ୍ୟାଣ ମଣ୍ଡପ ରୁମ୍‌ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ କଲ୍ୟାଣ ମଣ୍ଡପ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ପ୍ରକାଶ ବଳ ବୋଲି ସୂଚନା ମିଳିଛି । ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାଯାଇଛି। ପ୍ରକାଶ ଉକ୍ତ ମଣ୍ଡପର ଜଣେ କର୍ମଚାରୀ ଥିଲେ। ସେ ପ୍ରାୟ ୫ ବର୍ଷ ହେବ ଏହି ମଣ୍ଡପରେ କାମ କରିଆସୁଥିଲେ । ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ୫ବର୍ଷ ହେବ ସଂପୃକ୍ତ ମଣ୍ଡପରେ କାମ କରି ଆସୁଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସନ୍ଦେହ ଘନୀଭୂତ ହୋଇଛି । ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ସେପଟେ ମୃତ ପ୍ରକାଶ ବଳଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ଇନନଫୋସିଟି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଛନ୍ତି ।

Leave A Reply

Your email address will not be published.