ରାଜଧାନୀରେ ଚାଞ୍ଚଲ୍ୟ; ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ୨୪ ନମ୍ବର ପ୍ଲଟରୁ ମହିଳାଙ୍କ ଦଗ୍ଧ ଶରୀର ଉଦ୍ଧାର ହୋଇଛି । ମହିଳାଙ୍କୁ କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମହିଳା ଜଣକ ହେଉଛନ୍ତି ୫୨ ବର୍ଷୀୟ ମିନୁଶ୍ର ପ୍ରହରାଜ । ଏନେଇ ସ୍ୱାମୀଙ୍କୁ ପଚରା ଉଚରା ଜାରି ରହିଛି। ଶେଷ ଥର ପାଇଁ ସ୍ତ୍ରୀଙ୍କୁ ଗତକାଲି ରାତି ୯ଟା ୩୦ରେ ଦେଖିଥିଲେ ସ୍ୱାମୀ ବିଷ୍ଣୁ ମୋହନ ପ୍ରହରାଜ I ଖବର ପାଇ ଘଟଣାସ୍ଥଳରେ ଖରବେଳନଗର ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳା ଜଣଙ୍କୁ କିଏ ଓ ସେ କେମିତି ପୋଡି ହୋଇ ମୃତ୍ୟୁବରଣ କଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ?

Leave a comment