ସାମନ୍ଥାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରୀତମ୍

ସାଉଥ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟ ଅଲଗା ହୋଇ ସାରିଛନ୍ତି। ଉଭୟଙ୍କ ଛାଡ଼ପତ୍ରକୁ – ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ବା ଲାଗି ରହିଛି । ସାମନ୍ଥାଙ୍କ ପୂର୍ବ ହେୟାର ଷ୍ଟାଇଲିଷ୍ଟ ପ୍ରୀତମ୍ ଜୁକଲକରଙ୍କ ସହିତ ସମ୍ପର୍କ ଥିବାରୁ ଏହି ଛାଡ଼ପତ୍ର ହୋଇଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏନେଇ ମୁହଁ ଖୋଲିଛନ୍ତି ପ୍ରୀତମ୍ । ଏଭଳି ବୟାନବାଜି ଯୋଗୁଁ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା ବୋଲି କହିଛନ୍ତି। ନାଗା ଓ ସାମନ୍ଥାଙ୍କ ଛାଡ଼ପତ୍ର ପରେ ପ୍ରୀତମ୍ ସହିତ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯୋଗୁଁ ନାଗା ଚୈତନ୍ୟ ଓ ସାମନ୍ଥା ଅଲଗା ହୋଇଗଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରୀତମ୍ କହିଥିଲେ ଯେ, ସମସ୍ତେ ଜାଣନ୍ତି ମୁଁ ସାମନ୍ଥାଙ୍କୁ ‘ଜିଜି’ ବୋଲି ଡାକେ। ଆମ ଭାରତୀୟ ପରମ୍ପରାରେ ଭଉଣୀ ପାଇଁ ଏହା ଏକ ଉପଯୁକ୍ତ ଶବ୍ଦ । ସେତେବେଳେ ମୋ ସହିତ ତାଙ୍କ ପ୍ରେମ ସମ୍ପର୍କ କଥା ଉଠୁଛି କେଉଁଠୁ। ନାଗାଙ୍କର ଗୋଟିଏ ବୟାନ ଏଭଳି ଗୁଜବକୁ ଚୁପ୍ କରି ଦେଇପାରେ । କାରଣ ନାଗା ଚୈତନ୍ୟ, ସାମନ୍ଥା ଓ ତାଙ୍କ ଭିତରର ସମ୍ପର୍କକୁ ଜାଣନ୍ତି । ଏହାସହିତ ଏଭଳି ଏକ ସ୍ଥିତିରେ ସେ ସାମସ୍ଥାଙ୍କ ସହିତ ଅଛନ୍ତି ବୋଲି ପ୍ରୀତମ୍ କହିଛନ୍ତି।