ସିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶ୍ରୀ ସିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତଥୀଙ୍କ ୭୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପାତ୍ରପଡ଼ାସ୍ଥିତ ଦିବ୍ୟ ଜ୍ୟୋତି କନ୍ୟାଶ୍ରମରେ ଶୀତ ବସ୍ତ୍ର ବିତରଣ ଓ ଜଳ ପାନର ବ୍ୟବସ୍ଥା କରାଯାଇଥିଲା। ଏହି ପୁଣ୍ୟ ତିଥିରେ କନ୍ୟାଶ୍ରମର ପିଲାମାନେ ‘ପରୀ’ ଶିର୍ଷକ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତି , ରାଜ୍ୟ ସରକାରଙ୍କ ଶିଶୁ କଲ୍ୟାଣ ସମିତିର ବିଶେଷଜ୍ଞ ଡ଼ ଟୁନା ସାହୁ ଟ୍ରଷ୍ଟର ସଦସ୍ୟ ଚଣ୍ଡି ପ୍ରସାଦ ମହାନ୍ତି, ନଳିନୀ ମହାନ୍ତି, କମଳା ମହାନ୍ତି, ସୈଲରାଜ ମହାନ୍ତି, ମାନସ ବସ୍ତିଆ ଓ ସୌରୀ ସଚିନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। କନ୍ୟାଶ୍ରମର ସଚିବ ଶ୍ରୀମତୀ ଶୈଳବାଳା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a comment