ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ସାମ୍ନାରେ ଗୁଳିମାଡ, ଲୋକନାଥ ମନ୍ଦିରର ସେବାୟତ ମୃତ

ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ ଫୁଟିଲା ଗୁଳି । ଏମାର ମଠ ଅଞ୍ଚଳରେ ଗୁଳିମାଡ ହୋଇଥିବା ସୂଚନା । ବଡଦାଣ୍ଡରେ ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବତ୍ତ । ଗୁଳିମାଡରେ ଲୋକନାଥଙ୍କ ସେବାୟତ ଶିବରାମ ପାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସୂଚନାଅନୁସାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଏହି ଗୁଳିମାଡ଼ ହୋଇଛି । ମୃତ ଲୋକନାଥ ମନ୍ଦିରର ସେବାୟତ ତଳୁଚ୍ଛସାହିର ଶିବରାମ ପାତ୍ରଙ୍କ ଉପରକୁ ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ମିଳିଛି । ଶିବାରମଙ୍କ ମୁଣ୍ଡରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା।ବାଇକ୍‌ରେ ଆସି ଦୁଇ ରାଉଣ୍ଡ ମୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଶିବରାମଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିମାଡ ଖବର ପାଇ ପୁଲିସ ତନାଘନା କରୁଥିବା ବେଳେ ଘଟଣା ସ୍ଥଳରେ ଅତିରିକ୍ତ ଏସ୍‌ପି ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.