ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜାଗମରାରେ ଘଟିଛି ଘଟଣା, ୨ପଡୋଶୀଙ୍କ ମଧ୍ୟରେ ହୋଇଛି ମାରପିଟ । ମିଳିଥିବା ସୂଚନା ମୁତାବକ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପଡୋଶୀଙ୍କ ମାଡ଼ରେ ଆହତ ହୋଇଥିଲେ ଜଣେ ଯୁବକ । ଉକ୍ତ ଯୁବକ ଜଣଙ୍କ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି ।

୩ରୁ ୪ରାଉଣ୍ଡ ଫାଙ୍କା ଗୁଳି ଫୁଟାଇଛନ୍ତି ଉକ୍ତ ଯୁବକ । ସେପେଟେ ଘଟଣାକୁ ନେଇ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ହସ୍ତକ୍ଷେପ ହୋଇଥିବା ସୂଚନା ଅନୁଯାୟୀ ଯୁବକଙ୍କ ପାଖରେ ଲାଇସେନ୍ସ ବନ୍ଧୁକ ରହିଥିବାବେଳେ ସେହି ବନ୍ଧୁକରୁ ହିଁ ଗୁଳି ଚାଳନା କରିଛନ୍ତି ଯୁବକ ଜଣଙ୍କ । ଯେଉଁ ବନ୍ଧୁକରୁ ଗୁଳି ଫୁଟିଛି, ତାହା ଲାଇସେନ୍ସ ବନ୍ଧୁକ ହୋଇଥିବା ସୂଚନା ଦେଇଛି ପୁଲିସ ।

Leave A Reply

Your email address will not be published.